‘ଗଲବାନ୍‌ରେ ଭାରତୀୟ ଯବାନଙ୍କ ହାତରେ ୧୦୦ ସୈନ୍ୟ ମରିଛନ୍ତି’ ! ଏମିତି କାହିଁକି କହିଲେ…?

1 min read
rebel leader of jinping s party claims more than 100 chinese soldiers killed in galvan valley

ବେଜିଂ: ଲଦାଖର ଗାଲବାନ୍ ଘାଟିରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର କ୍ଷତି ଘଟିଛି । ଉଭୟ ପକ୍ଷରୁ ଅନେକ ଯବାନଙ୍କ ଜୀବନ ଯାଇଛି । ତେବେ ସୀମାରେ ଏହି ସଂଘର୍ଷ, ଚୀନ୍‌ର କମ୍ୟୁନିଷ୍ଟ ପାର୍ଟିକୁ ବେଶି ଭାରି ପଡ଼ିବାରେ ଲାଗିଛି । ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ନେଇ ଭାରତ ସରକାର ସ୍ପଷ୍ଟିକରଣ ଦେଇଥିବା ବେଳେ ଚୀନ୍‌ ସରକାର ଏବେ ସୁଦ୍ଧା ଚୀନ୍‌ର କେତେ ସେନା ମରିଛନ୍ତି କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି ।

ହେଲେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ନେତାଙ୍କ ପୁଅ ୟାଙ୍ଗ ଜିନଲି ଦାବି କରିଛନ୍ତି ଯେ, ଗାଲବାନ ଘାଟିରେ ଭାରତୀୟ ସେନା ସହ ସଂଘର୍ଷ ବେଳେ ଚୀନ୍‌ର ପ୍ରାୟ ୧୦୦ରୁ ଅଧିକ ସେନା ଜୀବନ ହାରିଛନ୍ତି । କିନ୍ତୁ ଚୀନ୍ ସରକାର ଜାଣିଶୁଣି ଏହି ସଂଖ୍ୟା ପ୍ରକାଶ କରୁନାହାଁନ୍ତି । ୟାଙ୍ଗ ଆହୁରି କହିଛନ୍ତି ଯେ, ଯଦି ଚୀନ୍‌ ସରକାର ଏହା ସ୍ୱୀକାର କରନ୍ତି ତେବେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ପାଇଁ ଅଧିକ ସମସ୍ୟା ଉପୁଜିବ ଏବଂ ଦଳରେ ବିଦ୍ରୋହ ଆରମ୍ଭ ହୋଇଯିବ ।

ଜିଆନଲି ଲେଖିଛନ୍ତି ଯେ, PLA ଦୀର୍ଘ ଦିନ ଧରି ଚୀନ୍ ଶକ୍ତିର ମୂଳ ଅଂଶ ରହି ଆସିଛି । ଯଦି ଦେଶ ସେବାରେ କାର୍ଯ୍ୟରତ ପିଏଲଏ କ୍ୟାଡରଙ୍କ ଭାବନା ଆଘାତପ୍ରାପ୍ତ ହୁଏ, ତେବେ ଅବସରପ୍ରାପ୍ତ ସୈନିକ ଏବଂ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ ହୋଇପାରେ । ଯାହାକି ଆଶାନ୍ତି ବଢ଼ିବାର କାରଣ ହୋଇପାରେ ।

ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ, ‘ବେଜିଂ ଭୟ କରୁଛି, ଚୀନ୍‌ର ଅଧିକ ସୈନ୍ୟ ମରିଛନ୍ତି, ଯଦି ଚୀନ୍‌ବାସୀ ଏହା ଜାଣିବାକୁ ପାଆନ୍ତି ତେବେ ଦେଶରେ ଅଶାନ୍ତି ବଢ଼ିପାରେ ଏବଂ ସରକାର ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏମିତିକି ସତ୍ତା ବଦଳିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆର୍ଟିକିଲରେ ଲେଖାଅଛି ।

Leave a Reply