୨୦୧୬ ମସିହାରେ ବିବାହ କରିଥାନ୍ତେ ସୁଶାନ୍ତ ଓ ଅଙ୍କିତା, କାହିଁକି ହେଲା ବ୍ରେକଅପ୍?

1 min read
ankita

ମୁମ୍ବାଇ: ୨୦୦୯ ମସିହାର ସବୁଠୁ ପପୁଲାର ଧାରାବାହିକ ପବିତ୍ର ରିସ୍ତାର ଚର୍ଚ୍ଚିତ କଳାକାର ମାନବ ଓ ଅର୍ଚ୍ଚନା ଆଜି ବି ଦର୍ଶକଙ୍କ ଦିଲ୍ ରେ ରାଜ କରନ୍ତି । କେବଳ ଧାରାବାହିକରେ ନୁହେଁ ସୁଶାନ୍ତ ଓ ଅଙ୍କିତା ରିଅଲ ଲାଇଫରେ ମଧ୍ୟ ରିଲେସନଶିପରେ ଥିଲେ । ଧାରାବାହିକ ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟ ପରସ୍ପରଙ୍କ ସହ ସାତ ଜନ୍ମ ଏକାଠି ରହିବେ ବୋଲି ସେମାନେ ଶପଥ ନେଇଥିଲେ ।

୨୦୧୬ ମସିହାରେ ଅଙ୍କିତା ଓ ସୁଶାନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ଫ୍ୟାନ୍ସ ମଧ୍ୟ ଏହା ଚାହୁଁଥିଲେ । ୨୦୦୯ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ପବିତ୍ର ରିସ୍ତା ଖୁବ ଶୀଘ୍ର ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲା । ମାନବ ଓ ଅର୍ଚ୍ଚନା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ । କିନ୍ତୁ ଉଭୟଙ୍କ ରିଲେସନଶିପକୁ କାହାର ନଜର ଲାଗିଯାଇଥିଲା । ୬ ବର୍ଷ ରିଲେସନଶିପରେ ରହିବା ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

୨୦୧୦-୨୦୧୧ ମସିହାରେ ଟିଭି ରିଆଲିଟି ଶୋ’ “ଝଲକ ଦିଖଲାଜାରେ” ସୁଶାନ୍ତ ପ୍ରତିଯୋଗୀତା ଭାବେ ଭାଗ ନେଇଥିଲେ । “ଝଲକ ଦିଖଲାଜା” ସେଟ୍ ରେ ସେ ନିଜ ଲେଡି ଲଭ୍ ଅଙ୍କିତାଙ୍କୁ ପ୍ରପୋଜ୍ କରିଥିଲେ । ଭାଲେଣ୍ଟାଇନ ଡେ ଦିନ ସେ ଅଙ୍କିତାଙ୍କୁ ନିଜ ପ୍ରେମ ଭାବନା ବିଷୟରେ ସେୟାର କରିଥିଲେ । ଉଭୟ ଲିଭ ଇନ୍ ରେ ମଧ୍ୟ ରହୁଥିଲେ । ସବୁକିଛି ଠିକ୍ ଚାଲୁଥିଲା । ହେଲେ ୨୦୧୬ ମସିହାରେ ଏକ ସାକ୍ଷାତକାରରେ ଦୁହିଁଙ୍କ ବ୍ରେକଅପ୍ ବିଷୟରେ ଖବର ଆସିଥିଲା । ଅଙ୍କିତା ନ୍ୟାଚୁରାଲ ଆର୍ଟିଷ୍ଟ ଥିଲେ । ସୁଶାନ୍ତଙ୍କ କହିବା ଅନୁସାରେ ଅଙ୍କିତା ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ ।

କିନ୍ତୁ ତାଙ୍କ କାମ ନେଇ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ । ସୁଶାନ୍ତ ବଲିଉଡରେ ପାଦ ଦେବା ପରେ ତାଙ୍କୁ ଶୁଧ ଦେଶୀ ରୋମାନ୍ସ ଫିଲ୍ମ ପାଇଁ ଅଫର ଆସିଥିଲା । ଫିଲ୍ମରେ ସୁଶାନ୍ତ ଓ ପରିନୀତିଙ୍କର ଏକ ଲିପ୍ ଲକ୍ ସିନ୍ ଥିଲା । ଏହି ସିନ୍ ଯୋଗୁଁ ଅଙ୍କିତା ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଅଙ୍କିତା ଷ୍ଟୁଡିଓ କ୍ୟାଣ୍ଟିନ୍ ରେ ଅଭିନେତାଙ୍କୁ ଚାପୁଡା ମାରିଥିଲେ । ପରିନୀତିଙ୍କୁ ନେଇ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଙ୍କିତାଙ୍କ କହିବା ଅନୁସାରେ ସେ ଜାଣିଥିଲେ ଯେ, ସୁଶାନ୍ତ ତାଙ୍କୁ ବହୁତ ଭଲ ପାଉଥିଲେ । ଅଙ୍କିତା ବହୁତ ଖୁସି ଥିଲେ ଯେ, ୬ ବର୍ଷ ଯାଏଁ ସୁଶାନ୍ତ କେବଳ ତାଙ୍କୁ ହିଁ ଭଲ ପାଉଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ପାଇଁ ଅଙ୍କିତାଙ୍କ ମନରେ ଇନସିକ୍ୟୋରିଟି ଆସିଥିଲା । ସୁଶାନ୍ତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସୁଶାନ୍ତ ନ୍ୟୁ ୟିଅରରେ ଅଙ୍କିତାଙ୍କୁ ଦୁବାଇ ଟ୍ରିପ୍ ରେ ମଧ୍ୟ ନେଇ ଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ସବୁକି୍ଛି ଠିକ୍ ଥିଲା । ସୁଶାନ୍ତ ଶୁଟିଂ ସେଟରେ ଥିବାବେଳେ ଅଙ୍କିତା ତାଙ୍କୁ କଲ କିମ୍ବା ମେସେଜ କରଦିଅନ୍ତି । ଅଙ୍କିତା ସୁଶାନ୍ତଙ୍କୁ ନେଇ ଧିରେ ଧିରେ ପଜେସିଭ୍ ହେବାକୁ ଲାଗିଥିଲେ । ସୁଶାନ୍ତ ମଧ୍ୟ ତାଙ୍କୁ ଚିଟ୍ କରୁନଥିଲେ । ସେ ଆଉ କାହା ସହ ମଧ୍ୟ ରିଲେସନଶିପରେ ନଥିଲେ । କିନ୍ତୁ ସେ ବାରମ୍ବାର ନିଜକୁ ଜଷ୍ଟିଫାଏ କରିପାରିବେନି ବୋଲି ମନା କରିଦେଇଥିଲେ ।

ସେତେବେଳେ ସୁଶାନ୍ତ ଏମଏସ୍ ଧୋନି ବାୟୋପିକ୍ ରେ କାମ କରୁଥିଲେ । ସୁଶାନ୍ତ କହିଥିଲେ ଯେ, ରିଲେସନଶିପରେ ଇନସିକ୍ୟୋରିଟି ଓ ପଜେସିଭନେସ ଆସିଲେ ସମ୍ପର୍କ ଖରାପ ହୋଇଯାଏ । ଏଥିପାଇଁ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ । ଅଙ୍କିତାଙ୍କ ଯିବା ପରେ ସୁଶାନ୍ତ ଭାଙ୍ଗିପଡିଥିଲେ । ସୁଶାନ୍ତ ନିଜ ମାଆଙ୍କ ପରଲୋକ ପରେ ଯେମିତି ଥିଲେ ଠିକ୍ ସେହିଭଳି ଅଙ୍କିତା ତାଙ୍କ ଲାଇଫରୁ ଯିବା ପରେ ସେ ବହୁତ କଷ୍ଟ ପାଇଥିଲେ । ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ମଧ୍ୟ ଅଙ୍କିତାଙ୍କୁ ମିସ୍ କରୁଥିଲେ । କାରଣ ସେ ଅଙ୍କିତାଙ୍କୁ ବହୁତ ପାଉଥିଲେ ।

Leave a Reply