ଲଞ୍ଚ ହେବାକୁ ଯାଉଛି Realmeର 5G ଫୋନ୍, ଜାଣନ୍ତୁ କଣ ରହିଛି ମୂଲ୍ୟ…?

1 min read

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ବର୍ତ୍ତମାନ 5G ଟେକ୍ନୋଲୋଜି ସହ ଫୋନ ଆଣୁଛନ୍ତି । ଏହି ସମୟରେ ରିଅଲମି ମଧ୍ୟ ତାହାର ଶସ୍ତା 5G ଫୋନ୍ ରିଅଲ୍ ମି 7 5G ଲଞ୍ଚ କରିବାକୁ ଯାଉଛି । କୁହାଯାଉଛି ଯେ ଏହି ଫୋନର ମୂଲ୍ୟ ୨୦,୦୦୦ରୁ କମ୍ ହୋଇପାରେ । ଏହି ଫୋନ ଭାରତ ସମେତ ଅନେକ ଦେଶରେ ଲଞ୍ଚ ହେବ। ଏହି ଫୋନକୁ Realme V5 ର ଗ୍ଲୋବାଲ୍ ଭାରିଏଣ୍ଟ ଭାବରେ ଦେଖାଯାଉଛି । ଏହି ଫୋନ୍ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ।

କେତେ ଟଙ୍କାରେ ହେବ ବିକ୍ରି ?

Realme 7 5G ସମ୍ବନ୍ଧୀୟ କୌଣସି ଅଫିସିଆଲ୍ ବିବରଣୀ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଟିପ୍ସଟର୍ ଅନୁଯାୟୀ, Realme 7 5Gକୁ  RMX2111 ମଡେଲ୍ ନମ୍ବର ସହ ଦେଖି ଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଏହାର 6GB RAM + 128GB ଷ୍ଟୋରେଜ୍ ଭେରିଏଣ୍ଟର ମୂଲ୍ୟ ୧,୪୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୧୭,୦୦୦ ଟଙ୍କା ହୋଇପାରେ । ଏହାସହ 8GB RAM + 128GB ଷ୍ଟୋରେଜ ଥିବା ଭେରିଏଣ୍ଟ ୧,୮୯୯ ୟୁଆନ୍ ଅର୍ଥାତ୍ ୨୧,୪୦୦ ଟଙ୍କାରେ ଲଞ୍ଚ ହୋଇପାରେ ।

Realme 7 5G ର ବିଶେଷତ୍ୱ ହେଉଛି, ଏହି ଫୋନରେ ୬.୫ -ଇଞ୍ଚର ଡିସପ୍ଲେ ଦିଆଯାଇପାରେ । ଏବଂ ଏହି ଫୋନ୍ octa core MediaTek Dimensity 720 SoC ପ୍ରୋସେସର ହୋଇପାରେ । ଏଥିରେ 5000mAh ବ୍ୟାଟେରୀ ଦିଆଯାଇପାରେ, ଯାହା ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିବ ।

କ୍ୟାମେରା

Realme 7 5Gର ପଛରେ ୪ ଟି କ୍ୟାମେରା ରହିପାରେ, ଯେଉଁଥିରେ ପ୍ରାଇମେରୀ ସେନ୍ସର ୪୮ ମେଗାପିକ୍ସେଲ ହୋଇପାରେ  । ଏହା ପରେ, ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଲେନ୍ସ ଏବଂ  2-2 ମେଗାପିକ୍ସେଲର ଡେପଥ୍ ସେନସର ଏବଂ ମାକ୍ରୋ ଲେନ୍ସ ହୋଇପାରେ । ଏହାସହ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ମଧ୍ୟ ଦିଆଯାଇପାରେ ।

Vivo V20 SEକୁ ଦେବ ଟକ୍କର

Vivo V20 SE କ୍ୱାଲକମ୍ ସ୍ନାପଡ୍ରଗନ୍ 720G ପ୍ରୋସେସର ସହ ରହିଛି । ଫୋନରେ 33W ଫ୍ଲାସଚାର୍ଜ ଟେକ୍ନୋଲୋଜି ସମର୍ଥନ ଅଛି । ଫୋନର ପଛ ପ୍ୟାନେଲରେ 64 ମେଗାପିକ୍ସେଲ ମେନ୍ ସେନ୍ସର ସହିତ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନର ମୂଲ୍ୟ ପ୍ରାୟ ୧୮,୮୦୦ ଟଙ୍କା ।

Leave a Reply