ପୂର୍ବତନ RAW ଏଜେଣ୍ଟଙ୍କୁ ରହିବାକୁ ମିଳୁନି ଘର: ଜିଲ୍ଲାପାଳ ମଧ୍ୟ କଲେନି ସାହାଯ୍ୟ

1 min read

ସିନେମା ପରଦାରେ ଅନେକ ଗୁଇନ୍ଦା ଏଜେଣ୍ଟଙ୍କ କାହାଣୀ ଦେଖିଥିବେ । ମହଙ୍ଗା ଗାଡ଼ି, ଦମଦାର ଅସ୍ତ୍ରଶସ୍ତ୍ର ଏବଂ ଜୀବନର ପ୍ରତିମୋଡ଼ରେ ରୋମାଞ୍ଚ । କିନ୍ତୁ ରିୟଲ୍ ଲାଇଫରେ ପତିଆରା, ଆରାମ ଏଜେଣ୍ଟଙ୍କ ଭାଗ୍ୟରେ ନଥାଏ । କିଛି ବର୍ଷ ପୂର୍ବେ ଏକ ଫିଲ୍ମ ଆସିଥିଲା ଯାହାର ନାଁ ଥିଲା ‘ଏକ ଥା ଟାଇଗର’ । ଯେଉଁଥିରେ ସଲମାନ୍ ଖାନ୍ ଗୁଇନ୍ଦା ଏଜେନ୍ସି  RAWର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପରଦାରେ ଦେଖିଥିବା ଟାଇଗର ଅର୍ଥାତ ସଲମାନ୍‌ଙ୍କ ଜୀବନ ଶୈଳୀ ଯାହା ଥିଲା ତା’ର ଠିକ୍ ଓଲଟା ହେଉଛି ଅସଲ ‘ଟାଇଗର’ଙ୍କ ଜୀବନ ଶୈଳୀ । ମୁଠାଏ ଖାଇବା ପାଇଁ ମଧ୍ୟ ତାଙ୍କ ସଂଘର୍ଷ କରିବାକୁ ପଡ଼ୁଛି ।

ତେବେ ଏହି ରିୟଲ୍ ଲାଇଫ୍ ଟାଇଗରଙ୍କ ନାମ ହେଉଛି ମନୋଜ ରଞ୍ଜନ ଦୀକ୍ଷିତ | ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର  ଅନୁଯାୟୀ, ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜଣେ ଅଧିକାରୀଙ୍କୁ କହିଥିଲେ ଯେ, ‘ମୁଁ ଜଣେ ପୂର୍ବତନ RAW ଏଜେଣ୍ଟ ଏବଂ ମୋତେ ରହିବା ପାଇଁ ଘର  ଦରକାର । ଏହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ କଥା କୁ କେହିଁ ବିଶ୍ୱାସକୁ ମଧ୍ୟ ନେଲେ ନାହିଁ । ଜିଲ୍ଲାପାଳଙ୍କ ସହ ତାଙ୍କର ସାକ୍ଷାତ ମଧ୍ୟ ହୋଇପାରିଲାନାହିଁ ।

ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ମନୋଜ ରଞ୍ଜନ ଦୀକ୍ଷିତଙ୍କୁ ପାକିସ୍ତାନରେ ଗିରଫ କରାଯାଇଥିଲା, ୨୦୦୫ ମସିହାରେ ତାଙ୍କୁ ଓ୍ୱାଘା ସୀମାରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ଛାଡ଼ିବା ପରେ ସେ ୨୦୦୭ରେ ବିବାହ କରିଥିଲେ। କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେ ପତ୍ନୀଙ୍କର କର୍କଟ ରୋଗ ଅଛି। ସେ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଲକ୍ଷ୍ଣୌକୁ ନେଇଆସିଥିଲେ। ୨୦୧୩ରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ସେ ଲକ୍ଷ୍ମୌରେ ରହୁଥିଲେ। ସେ ଗୋମଟିନଗର ଏକ୍ସଟେନସନରେ ଷ୍ଟୋରଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ | ଲକ୍‌ଡାଉନ୍ ଲାଗୁ ପରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଲା ।

ଆଫଗାନିସ୍ତାନ ସୀମାରେ ଗୁପ୍ତଚର ଅଭିଯୋଗରେ ଧରାପଡ଼ିବା ପରେ ତାଙ୍କୁ ନାନା ପ୍ରକାରର ନିର୍ଯାତନାର ସାମ୍ନା କରିବାକୁ ପଡିଥିଲା। ତଥାପି ସେ ଦେଶର ସୁରକ୍ଷା ସହ ସାଲିସ କରିନାହାନ୍ତି । ପାକିସ୍ତାନରେ ଗୁପ୍ତଚର କାର୍ଯ୍ୟ ସମୟରେ ତାଙ୍କ ନାମ ୟୁନୁସ, ୟୁସୁଫ ଏବଂ ଇମ୍ରାନ ଥିଲା । ଖବର ଅନୁଯାୟୀ, ୮୦ ଦଶକରେ RAW ରେ ସାଧାରଣ ନାଗରିକଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଉଥିଲା। 1985 ରେ ମନୋଜ ରଞ୍ଜନ ଦୀକ୍ଷିତ ନଜିବାବାଦରୁ ନିଯୁକ୍ତ ହୋଇଥିଲେ। ଦୁଇଥର ସାମରିକ ତାଲିମ ପରେ ତାଙ୍କୁ ପାକିସ୍ତାନ ପଠାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଭାରତର ଜେଲରେ ଥିବା ୨୭.୩୭% ପ୍ରତିଶତ କଏଦୀ ଅଶିକ୍ଷିତ

          ସେ ପାକିସ୍ତାନରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଥିଲେ । କଶ୍ମୀର ଯୁବକଙ୍କୁ ଫୁସଲାଇ ଅଫଗାନିସ୍ତାନ ବର୍ଡରରେ ଟ୍ରେନିଂ ଦିଆଯିବା ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ସେ ଦେଇଛନ୍ତି । ୧୯୯୨ରେ ସେ ଗିରଫ ହୋଇଥିଲେ । ଗିରଫ କରାଯିବା ପରେ ତାଙ୍କୁ କଚାରୀ ଜେଲରେ ରଖାଯାଇଥିଲା ।

ତେବେ ଗୁପ୍ତଚରଭାବେ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରିଥିବା ଏଜେଣ୍ଟଙ୍କ ପାଇଁ ସବୁଠାରୁ ବଡ଼ ସର୍ତ୍ତ ହେଉଛି ଯେ, ଗିରଫ ହେବା ପରେ ତାଙ୍କୁ ଚିହ୍ନିବାକୁ ମନା କରିଦିଅନ୍ତି ସରକାର । ଫଳରେ ଭବିଷ୍ୟତରେ ଗୁପ୍ତଚର ଗତିବିଧି ଯେଭଳି ପ୍ରଭାବିତ ହେବନାହିଁ  । ଏବଂ ଦ୍ୱିପାକ୍ଷିତ ସମ୍ପର୍କରେ ବାଧା ଉପୁଜିବନାହିଁ ।

Leave a Reply