ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ: ଗଜପତି ମହାରାଜା

ଭୁବନେଶ୍ୱର: ଏ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ । କରୋନା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭକ୍ତଙ୍କ ମନରେ ଆବେଗ । ଭକ୍ତ ମନ ଚାହୁଁଛି ବଡ଼ଦାଣ୍ଡରେ ରଥ ଉପରେ ମନ ଭରି ଟିକିଏ ଦେଖିବ ଚକାଆଖିକୁ । ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସବୁ କଥା ମଣିଷ ହାତରେ ନଥାଏ । ବର୍ତ୍ତମାନ ଅସାଧାରଣ ପରିସ୍ଥିତି ରହିଛି । ଫଳରେ ମହାପ୍ରଭୁଙ୍କ ଯାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଛି ଏହା ନିଶ୍ଚିତ ଭାବେ ସମଗ୍ର ବିଶ୍ୱରେ ଭକ୍ତଙ୍କ ମନରେ ଦୁଃଖ ଦେବ । ଏଥିରେ ସନ୍ଦେହ ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି ।ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ ଓ ମାନିବାକୁ ପଡ଼ିବ ମଧ୍ୟ । ରାୟକୁ ନେଇ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ବସିବ । ବାହାରେ ଯାତ୍ରା ହୋଇପାରିବ ନାହିଁ । ତେଣୁ, ରଥଯାତ୍ରା ସ୍ଥାନରେ ମହାପ୍ରଭୁଙ୍କ କଣ ନୀତି କରାଯିବ । ସେନେଇ ଶ୍ରୀମନ୍ଦିର ପରିଚାଳନା ସମିତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବେ । ଆସନ୍ତା ଦିନେ ଓ ଦୁଇଦିନ ଭିତରେ ଶ୍ରୀଜୀଉଙ୍କ କଣ ନୀତିକାନ୍ତି କରାଯିବ ସବୁ ସ୍ପଷ୍ଟ ହେବ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

Leave a Reply