ମୋରିସଙ୍କ ଜର୍ସିରେ ଓଡ଼ିଆ ଯୁବକ ନୀଳାଚଳଙ୍କ ନାଁ, ଜାଣନ୍ତୁ କାହିଁକି ଲେଖିଲେ ?

1 min read
RCB Player Chris Morris Wears Jersey Writing Odia Youth Nilachal Parida Name

ଭୁବନେଶ୍ୱର: ଫଟାଫଟ କ୍ରିକେଟ୍ କେବଳ ମନୋରଞ୍ଜନ ଯୋଗାଉଛି ତା ନୁହଁ । କ୍ରିଜରେ ଚୌକ, ଛକା ବର୍ଷା କରି କ୍ରୀଡ଼ାପ୍ରେମୀଙ୍କ ମନକୁ ଛୁଉଁଥିବା ଏହି ଖେଳାଳି ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଟିମର ଖେଳାଳି ମାନେ ନିଜ ଜର୍ସିରେ କୋଭିଡ୍ ଯୋଦ୍ଧାଙ୍କ ନାଁ ଉଲ୍ଲେଖ କରିଛନ୍ତି । କରୋନା ସଂକ୍ରମଣ ଭିତରେ ୟୁଏଇରେ ମ୍ୟାଚ୍ ଖେଳାଯାଉଛି । ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଚ୍ରିସ୍ ମୋରିସ୍ ତାଙ୍କ ଜର୍ସିରେ ନୀଳାଚଳଙ୍କ ନାଁ ଲେଖିଛନ୍ତି ।

ମୋରିସ୍ ଜର୍ସିରେ ନୀଳାଚଳଙ୍କ ନାଁ ଲେଖିବା ସହ ନିଜ ଟ୍ୱିଟରରେ ଆକାଉଣ୍ଟରେ ନିଜ ନାଁ ପରିବର୍ତ୍ତନ କରିଛନ୍ତି । ନିଜ ନାଁ ପରିବର୍ତ୍ତେ ସେ ନୀଳାଚଳ ପରିଡ଼ା ଲେଖିଛନ୍ତି । ଏହା ପଛର କାରଣ ବି ଫଟୋ ସହ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ମୋରିସ୍ । କରୋନା ଲକଡାଉନ୍ ସମୟରେ ନୀଳାଚଳ ପରିଡ଼ା ଏକ ପରିବା ଦୋକାନ ଖୋଲିଥିଲେ । ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମାଗଣାରେ ଘରେ ପରିବା ପହଞ୍ଚାଉଥିଲେ ନୀଳାଚଳ । ନୀଳାଚଳଙ୍କୁ ଏଥିପାଇଁ ମୋରିସ୍ କୃତଜ୍ଞତା ଜଣାଇବା ସହ ତାଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଛନ୍ତି ।

RCB Player Chris Morris Wears Jersey Writing Odia Youth Nilachal Parida Name

କେବଳ ମୋରିସ୍ ନୁହଁନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଳୁର ଦଳର ପ୍ରାୟ ଖେଳାଳି ନିଜ ଜର୍ସିରେ କୋଭିଡ୍ ଯୋଦ୍ଧାଙ୍କ ନାଁ ଲେଖି ସେମାନଙ୍କୁ ସମ୍ମାନ ଜଣାଇଛନ୍ତି । ସେହିପରି ଦଳର ଅନ୍ୟତମ ଖେଳାଳି ଅବଡେ ଭିଲ୍ଲିଏର୍ସ ତାଙ୍କ ଜର୍ସିରେ ପାରିତୋଶ ପନ୍ତଙ୍କ ନାଁ ଉଲ୍ଲେଖ କରିଛନ୍ତି । ଦଳର ଅଧିନାୟକ ବିରାଟ କୋହଲି ନିଜ ଜର୍ସିରେ ସିମ୍ରନଜିତ୍ ସିଂହଙ୍କ ନାଁ ଲେଖିଛନ୍ତି ।

ନୀଳାଚଳ କିଏ ?

RCB Player Chris Morris Wears Jersey Writing Odia Youth Nilachal Parida Name

୨୫ ବର୍ଷୀୟ ନୀଳାଚଳ ଜଣେ ଜାତୀୟ ସ୍ତରର ପର୍ବତାରୋହୀ । ଭୁବନେଶ୍ୱରର ବରମୁଣ୍ଡାରେ ରହୁଥିବା ନୀଳାଚଳ ପରିଡ଼ା ପାର୍ଟ ଟାଇମ୍ ଡ୍ରାଇଭର ଭାବେ କାମ କରି କିଛି ଟଙ୍କା ସଞ୍ଚୟ କରିଥିଲେ । ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ନୀଳାଚଳ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ । ହେଲେ ଲକଡାଉନ୍ ଯୋଗୁଁ ବାତିଲ୍ ହୋଇ ଯାଇଥିଲା ତାଙ୍କ ଟିକେଟ୍ । ଏହା ପରେ କରୋନା ଯୁଦ୍ଧରେ ସାମିଲ୍ ହୋଇଥିଲେ ନୀଳାଚଳ । ରାଜଧାନୀରେ ପରିବା ଦୋକାନ ଖୋଲିବା ସହ ବରିଷ୍ଠ ନାଗରିକଙ୍କୁ ଘରେ ପରିବାର ମାଗଣା ହୋମ୍ ଡେଲିଭରି ଦେବା ଆରମ୍ଭ କରିଥିଲେ । ସେତିକି ନୁହେଁ ଦିନ ଶେଷରେ ବଳକା ପରିବାକୁ ଅସହାୟଙ୍କୁ ନୀଳାଚଳ ମାଗଣାରେ ଦେଉଥିଲେ । କୋଭିଡ୍ ନିୟମ ପାଳନ କରି ପରିବା ବିକ୍ରି କରିବା ସହ ପିଏମ୍ କେୟାର୍ ଫଣ୍ଡକୁ ଅର୍ଥ ଦାନ କରିଥିଲେ ।

Leave a Reply