ଇସାରାରେ ବିରାଟ-ଅନୁଷ୍କାଙ୍କ ରୋମାଂଟିକ ଲଭ୍

1 min read

ମୁମ୍ବାଇ:  ଥରେ ନୁହେଁ କି ଦୁଇଥର ନୁହେଁ ଷ୍ଟାଡିୟମରେ ଖେଳ ଚାଲିଥିବ ଆଉ ଅନୁଷ୍କା ଉପସ୍ଥିତ ନଥିବେ ଏଭଳି ଘଟଣା ଖୁବ କମ୍‌ ଦେଖିବାକୁ ମିଳେ । ଉଭୟଙ୍କର ପ୍ରେମ କାହାଣୀ ଠାରୁ ଆରମ୍ଭ କରି ଲୁଚିଲଚି ବିବାହ କରି ଫ୍ୟାନ୍ସଙ୍କୁ ଝଟକା ଦେବା ପର୍ଯ୍ୟନ୍ତ ସମୟର ବ୍ୟବଧାନ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ଭଳି  ମନେ ହୁଏନି । ଆଉ ସବୁଠାରୁ ମନ କିଣେ ଗ୍ରାଉଣ୍ଡରେ ଦୁଇଜଣଙ୍କ ଇସାରାରେ କଥାବାର୍ତ୍ତା । ସେ ଯାହା ହେଉ ଲକଡାଉନ ସରିବା ପରେ ପରେ ଘରକୁ ନୂଆ ଅତିଥି ଆସୁଥିବାର ଖବର ଦେଇଥିଲେ ବିରୁଷ୍କା । ଯାହାପରେ ବିରାଟ ଅନୁଷ୍କାଙ୍କର ଯତ୍ନ ନେବାରେ ଲାଗି ପଡ଼ିଛନ୍ତି । ଏବେ ଚାଲିଛି IPL 2020 । ଆଇପିଏଲରେ ବିରାଟ ଏବଂ ତାଙ୍କ ଟିମ୍ RCB ପାଇଁ ଅନୁଷ୍କା ଚିୟର କରୁଥିବାର ନଜର ଆସିଛି ।

 

ନିକଟରେ ବିରୁଷ୍କାଙ୍କର ଫ୍ୟାନକ୍ଲବ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ବିରାଟ ଗ୍ରାଉଣ୍ଡରେ ଇସାରାରେ ଅନୁଷ୍କାଙ୍କୁ ଖାଦ୍ୟ ଖାଇଛନ୍ତି କି ନାହିଁ ପଚାରୁଛନ୍ତି । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ  ହେଉଛି । କେବଳ ସେତିକି ନୁହେଁ ଭିଡ଼ିଓକୁ ବାରମ୍ବାର ଦେଖାଯାଉଛି ଏବଂ ପସନ୍ଦ ମଧ୍ୟ କରାଯାଉଛି ।

Leave a Reply