ଲକଡାଉନରେ RBIର ତଦନ୍ତ, ୩ଟି ବ୍ୟାଙ୍କ ଉପରେ ଲଗାଇଲା ୬.୫କୋଟି ଟଙ୍କାର ଜରିମାନା

1 min read

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ  ତିନୋଟି ବ୍ୟାଙ୍କ ଉପରେ ୬.୫କୋଟି ଜରିମାନା ଲଗାଇଛି । ଏହି ଜରିମାନା ବ୍ୟାଙ୍କ ଅଫ୍ ଇଣ୍ଡିଆ, କର୍ଣ୍ଣାଟକ ବ୍ୟାଙ୍କ ଏବଂ ସାରସ୍ୱତ କୋ-ଅପରେଟିବ ବ୍ୟାଙ୍କରେ ଲଗାଯାଇଛି ।

ଅଭିଯୋଗ ହୋଇଛି କି ଏହି ବ୍ୟାଙ୍କ ଆରବିଆଇ ନିୟମର ଉଲଂଘନ କରିଛନ୍ତି । ରିଜର୍ଭ ବ୍ୟାଙ୍କରେ ଏନେଇ ଏକ ବୟାନ ଜାରି କରି କହିଛି ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ କେନ୍ଦ୍ରିୟ ବ୍ୟାଙ୍କର ନିର୍ଦ୍ଦେଶର କିଛି ବ୍ୟବସ୍ଥାକୁ ଅମାନ୍ୟ କରୁଛି ।

ଏହି କାରଣରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୫କୋଟି ଟଙ୍କାର ଜରିମାନା ଲଗାଯାଇଛି । ଯେଉଁ ନିୟମ ଗୁଡ଼ିକର ଉଲଂଘନ ହୋଇଛି ତାହା ଆୟ ମାନ୍ୟତା, ସଂପତ୍ତି ବର୍ଗିକରଣ ଏବଂ ଅଗ୍ରିମ ସହ ସମ୍ବନ୍ଧିତ ବ୍ୟବସ୍ଥା ଭିତରେ ଆସିଥାଏ । ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ ନୋଟିସ ଦିଆଯାଇଥିଲା । ନୋଟିସ ଉପରେ ବ୍ୟାଙ୍କର ଜବାବ ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ପରେ ବ୍ୟାଙ୍କ ଉପରେ ଜରିମାନା ଲଗାଇବାକୁ ନିଷ୍ପତ୍ତି ନିଆଗଲା । ଏହି ଭଳି ଘଟଣାରେ ରିଜର୍ଭ ବ୍ୟାଙ୍କ କର୍ଣ୍ଣାଟକ ବ୍ୟାଙ୍କ ଉପରେ ମଧ୍ୟ ୧.୨କୋଟ ଟଙ୍କା ଜରିମାନା ଲଗାଇଛନ୍ତି ।

କେନ୍ଦ୍ରିୟ ବ୍ୟାଙ୍କର ଆୟ ମାନ୍ୟତା ଏବଂ ସମ୍ପତ୍ତି ବର୍ଗୀକରଣ (ଆଇଆରଏସି) ନିୟମ ଉପରେ ନିର୍ଦ୍ଦେଶର ଅନୁପାଳନ ନକରିବରୁ ସାରସ୍ୱତ କୋ-ଅପରେଟିବ ବ୍ୟାଙ୍କ ଉପରେ ମଧ୍ୟ ୩୦ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

କହି ରଖୁଛୁ ଯେ,  ଗତ କିଛି ବର୍ଷ ହେବ ଆରବିଆଇ, ନିୟମଗୁଡ଼ିକ ଉଲଂଘନ ଘଟଣାରେ ଦେଶର କେତକ କୋ-ଅପରେଟିବ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏଥିରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ–ଅପରେଟିବ ବ୍ୟାଙ୍କ ସହ ଅନ୍ୟ ବ୍ୟାଙ୍କ ମଧ୍ୟସାମିଲ ରହିଛି । ଆରବିଆଇ ଏହି ତଦନ୍ତ ଏମିତି ସମୟରେ କରିଥିଲା ଯେଉଁଠି ଏନପିଆଇକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

ରେଟିଂ ଏଜେନ୍ସି ଫିଚ ନିକଟରେ କହିଛି ଯେ, ସରକାରଙ୍କ ୨୦ଲକ୍ଷ କୋଟିର ରିହାତି ପ୍ୟାକେଜ କାରଣରୁ ବ୍ୟାଙ୍କରେ ଫସି ରହିଥିବା ଋଣ ଅର୍ଥାତ ଏନପିଏ ଅନୁପାତ ବଢି ୬ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

Leave a Reply