ଜନନୀ ଏକ୍ସପ୍ରେସ୍‌ ସେବା ଫେଲ୍‌, ଆଶାଦିଦିଙ୍କ ଫୋନ୍‌ ପରେ ବି ଆସିଲାନି ଆମ୍ବୁଲାନ୍ସ !

Raygada Munniguda News, 3 Pregnant Walked More than 17 kilometer, Due to Janani Express Service Failed

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କ ପାଇଁ ମିଳିଲାନି ଆମ୍ବୁଲାନ୍ସ । ୧୭ କିଲୋମିଟର ଚାଲି ଚାଲି ଗଲେ ୩ ଜଣ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ପୁଣି ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରୁ ।Pregnant lady

ରାୟଗଡ଼ା ମୁନିଗୁଡା ବ୍ଲକ୍‌ ରଘୁବାରୀ ପଞ୍ଚାୟତର ବାଙ୍ଗରିପଦରରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଗରିବ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ଏମିତିକି ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ସରକାର ସବୁବେଳେ ଚେଷ୍ଟା କରିଛନ୍ତି । ହେଲେ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ଯୋଗୁଁ ଗରିବ ନୀରିହ ଆଦିବାସୀମାନେ ଏହାର ସୁବିଧା ପାଇ ପାରୁନାହାନ୍ତି ।

ଆମ୍ବୁଲାନ୍ସ ନମିଳିବା କାରଣରୁ ପ୍ରାୟ ୧୭ କିଲୋମିଟର ଯାଏ ଚାଲି ଚାଲି ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଗଲେ ୩ ଜଣ ଗର୍ଭବତୀ । ବାଙ୍ଗିରିପଦର ଗାଁର ବୋଲେ ମାଝୀଙ୍କ ଗର୍ଭ ଯ଼ନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାକର୍ମୀ ତାଙ୍କ ପାଖରେ ପହଞ୍ଚିଥିଲେ । ହେଲେ ବୋଲେ ମାଝିଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଶାକର୍ମୀ ଜଣକ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନସକୁ ଡକାଇଥିଲେ । ହେଲେ ଦୁର୍ଭାଗ୍ୟର କଥା ଆମ୍ବୁଲାନ୍ସ ଆସିପାରି ନଥିଲା ।

Pregnant lady

ଖାଲି ବୋଲେ ମାଝିଙ୍କ କଥା ନୁହେଁ ଅନ୍ୟପଟେ ଆହୁରି ଦୁଇ ଜଣ ଗର୍ଭବତୀଙ୍କର ମଧ୍ୟ ସମାନ ପରିସ୍ଥିତି ରହିଥିଲା । ପ୍ରମିତା ମାଝୀ ଓ ରାଣୀତା ମାଝୀଙ୍କ ରକ୍ତହୀନତା ଦେଖାଦେବାରୁ ୧୦୨କୁ ଖବର ଦିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିନଥିଲା । ଶେଷରେ ନିରୁପାୟ ହୋଇ ପ୍ରାୟ ୧୭ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ସବୁ ଗର୍ଭବତୀ ।

ପରେ ୪ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ସମସ୍ତଙ୍କୁ ଆମ୍ବଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତଙ୍କ  ସ୍ୱାସ୍ଥ୍ୟବସ୍ଥା ଭଲଥିବା ଡାକ୍ତର କହିଛନ୍ତି ।

Leave a Reply