ଜାତୀୟ ମହିଳା ସଶକ୍ତିକରଣ ଆଓ୍ୱାର୍ଡରେ ସମ୍ମାନିତ ହେଲେ ରାୟଗଡ଼ାର ରୀତାରାଣୀ

ରାୟଗଡ଼ା: ମହିଳାଙ୍କ ସମ୍ମାନ ବଢାଇଲେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଏନସିସି ଅଫିସର କ୍ୟାପଟେନ ରୀତାରାଣୀ ମିଶ୍ର । କର୍ମମୟ ଜୀବନ ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଭାରତୀୟ ଅଲମ୍ପିକ୍ ମହିଳା ଆସୋସିଏନ ତାଙ୍କୁ କରିଛି ସମ୍ମାନୀତ । ଆଉ ଏଥିପାଇଁ ପୁରା ରାୟଗଡ଼ା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଉଛି ।

ରାୟଗଡ଼ାର କ୍ୟାପଟେନ ମହିଳା ରୀତାରାଣୀ ମିଶ୍ର । ଓଡ଼ିଶା ପାଇଁ ଆଣିଲେ ଗୌରବ । ଜାତୀୟ ମହିଳା ସଶକ୍ତିକରଣ ଆଓ୍ବାର୍ଡରେ ସମ୍ମାନୀତ । ରାୟାଗଡା ମହିଳା ମହାବିଦ୍ୟାଳୟର ଏନସିସି ଅଫିସର କ୍ୟାପଟେନ ରୀତାରାଣୀ ମିଶ୍ର । ମହିଳା ସଶକ୍ତିକରଣ ଦିଗରେ ଆଉ ପାଦେ ଆଗକୁ ବଢିଛନ୍ତି । କର୍ମମୟ ଜୀବନ ସହିତ ଶିକ୍ଷା, ସ୍ବାସ୍ଥ୍ୟ, ରାଜନୀତି, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଶ୍ରେଷ୍ଠ କର୍ମଜୀବୀ ମହିଳା ଭାବେ ମନୋନୀତ କରାଯାଇଛି । ଆଉ ଭାରତୀୟ ମହିଳା ଅଲମ୍ପିକ୍ ଆସୋସିଏସନ ତାଙ୍କୁ ମହିଳା ସଶକ୍ତିକରଣ ଆଓ୍ବାର୍ଡରେ ସମ୍ମାନିତ କରିଛି ।

୧୦ ବର୍ଷ ହେବ ଏନସିସି ଅଫିସର ଭାବେ ଦାୟିତ୍ବ ତୁଲାଉଥିବା ଏହି ମହିଳା, ଶ୍ରେଷ୍ଠ ଏନସିସି ଅଫିସର ଭାବେ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଡ୍ରାମା ନିର୍ଦେଶକ, ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ରେଡି଼ଓ କଳାକାର ଓ ଶ୍ରେଷ୍ଠ ସ୍ପୋଟର୍ସ ପର୍ସନ ଭାବେ ସଫଳତା ହାସଲ କରିଛନ୍ତି । କ୍ୟାପଟେନ ଏହି ସମ୍ମାନ ପାଇବା ପରେ ଖାଲି ରାୟଗଡ଼ା ମହିଳା ମହାବିଦ୍ୟାଳୟ ନୁହେଁ ପୁରା ଜିଲ୍ଲାରେ ଖୁସିର ଲହିରୀ ଖେଳିଯାଇଥିବା ବେଳେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । କ୍ୟାପେଟନ ମହିଳାଙ୍କ ଏଭଳି ଉଲ୍ଲେଖନୀୟ ସଫଲତା ପାଇଁ ଖାଲି ରାଜ୍ୟ ନୁହେଁ, ଦେଶ ପାଇଁ ମଧ୍ୟ ଗୌରବ ଆଣିଛନ୍ତି ।

Leave a Reply