କ’ଣ ପାଇଁ ସୋରିଷ ତେଲ ବ୍ୟବହାରକୁ ଗୁରୁତ୍ୱ ଦେଉଛି ସିଲିଗୁଡ଼ି ପୋଲିସ

ସିଲିଗୁଡ଼ି: ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ପୋଲିସ କର୍ମଚାରୀ ମାନଙ୍କୁ ଦୈନିକ ସୋରିଷ ତେଲ ବ୍ୟବହାର କରିବା ପାଇଁ ସିଲିଗୁଡ଼ି ପୋଲିସ କମିଶନରେଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭାଇରସର ସଂକ୍ରମଣକୁ ଏହା ରୋକିବାରେ ଏକ ବଡ଼ ଅସ୍ତ୍ର ଭଳି କାମ କରିବ ବୋଲି ଜଣେ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି ।

ସେ ପୋଲିସକର୍ମୀ ମାନଙ୍କୁ ନିଜର ବିଭିନ୍ନ ଦୈନିକ ବ୍ୟବହାର୍ଯ୍ୟ ଜିନିଷରେ ସୋରିଷ ତେଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଯେମିତି କି ଘରୁ ବାହାରିବା ପୂର୍ବରୁ ନିଜ ନାକରେ ସୋରିଷ ତେଲ ପକାଇବା, ନିଜ ସକାଳ ଜଳଖିଆ ଏବଂ ଦ୍ୱିପ୍ରହରରେ ଖାଉଥିବା ଖାଦ୍ୟରେ ସୋରିଷ ତେଲ ମିଶାଇ ଖାଇବାକୁ କହିଛନ୍ତି ।

ସିଲିଗୁଡ଼ୀର ପୋଲିସ ଅଧିକାରୀ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ସମସ୍ତ ପୋଲିସ ଅଫିସର ନିଜ ଭୋଜନରେ ସୋରିଷ ତେଲର ପରିମାଣ ବଢ଼ାଇବା ଦ୍ୱାରା କରୋନା ଭାଇରସ ସହ ଲଢ଼ିହେବ ।

ସୂଚନା ଅନୁଯାୟୀ, ଏହି ନିର୍ଦ୍ଦେଶ ସିଲିଗୁଡ଼ି କମିଶନରେଟ ଅଞ୍ଚଳରେ ଥିବା ସମସ୍ତ ପୋଲିସ ଷ୍ଟେସନରେ ପରିଚାଳିତ କରାଯାଇଛି । କୁହାଯାଉଛି ଯେ, ମହାମାରୀ ସମୟରେ କଞ୍ଚା ସୋରିଷ ତେଲର ବ୍ୟବହାର ଦେହ ପ୍ରତି ହିତକର ସାବ୍ୟସ୍ତ ହେବ ।

Leave a Reply