ଲକଡାଉନ ଫେଲ ବୟାନକୁ ନେଇ ରବିଶଙ୍କରଙ୍କ ଯବାବ,ରାହୁଲ ମିଥ୍ୟା ପ୍ରଚାର କରନ୍ତୁ ନାହିଁ

1 min read

ନୂଆଦିଲ୍ଲୀ: ଲକଡାଉନ୍ ଫେଲ ହୋଇଛି ବୋଲି ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର କହିଛନ୍ତି ଯେ, ରାହୁଲ ଆଧାରହୀନ ଆରୋପ ଲଗାଇ ମିଥ୍ୟା ପ୍ରଚାର କରୁଛନ୍ତି । ସେ ଲକଡାଉନକୁ ନେଇ ଦେଇଥିବା ବୟାନ ମିଛ ଅଟେ ।

ରବିଶଙ୍କର ଉଦାହରଣ ଦେଇ କହିଥିଲେ ଯେ, ଦୁନିଆର ଟପ୍ ୧୫ ଦେଶଙ୍କ ମୋଟ ଜନସଂଖ୍ୟା ହେଉଛି ୧୪୨ କୋଟି । ଭାରତର ଜନସଂଖ୍ୟା ହେଉଛି ୧୩୭ କୋଟି । ଏହି ୧୫ ଦେଶରେ ୩ ଲକ୍ଷ ୪୩ ହଜାରରୁ ଅଧିକ ବ୍ୟକ୍ତି କରୋନା ଭାଇରସ କାରଣରୁ ପ୍ରାଣ ହରାଇଥିବା ବେଳେ ଭାରତରେ କେବଳ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ସେ କହିଛନ୍ତି ଯେ, ଗାନ୍ଧି କେବଳ ମିଛ ପ୍ରଚାର କରୁଛନ୍ତି । ଏବେ କରୋନାର କୌଣସି ଭ୍ୟାକ୍ସିନ୍ ନାହିଁ । ଲକଡାଉନ୍ ହିଁ ଏକମାତ୍ର ଉପାୟ । ରାହୁଲ ଗାନ୍ଧି ଦେଶର ଏକତାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଶୁଭେଛା ଜଣାଉଛନ୍ତି । କରୋନା ପରିସ୍ଥିତି ଆସିବା ଦିନଠାରୁ ରାହୁଲ ଦେଶର ସଂକଳ୍ପକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।

ସେହିଭଳି ରାହୁଲଙ୍କ ନିର୍ବାଚନୀକ୍ଷେତ୍ର ବାୟନାଡ ମଡେଲକୁ କେବେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପ୍ରସଂଶା କରିନାହିଁ ଓ ଏବେ ତାହା କରୋନା ହଟସ୍ପଟ୍ ବୋଲି ରବିଶଙ୍କର କହିଛନ୍ତି ।

ନ୍ୟାୟ ଯୋଜନା ବାବଦରେ ରାହୁଲ ବାରମ୍ବାର କହୁଛନ୍ତି କିନ୍ତୁ ତାକୁ କ’ଣ ପାଇଁ ନିଜ ଦଳ ଶାସିତ ରାଜ୍ୟରେ ପ୍ରଥମେ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ।

ଆରୋଗ୍ୟ ସେତୁ ଆପକୁ ନେଇ ସେ କହିଛନ୍ତି ଯେ, ଏବେ ଏହାକୁ ଓପନ୍ ସୋର୍ସ କରିଦିଆଯାଇଛି । ବିଶ୍ୱରେ ଏହାର ପ୍ରଶଂସା ହେଉଛି ।  ୧୧ କୋଟି ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏଥିରେ ଯେଉଁ ଡାଟା ଆସୁଛି ତାହା ୧୮୦ ଦିନରେ ଫେରି ଯାଉଛି ବୋଲି ସେ କହିଛନ୍ତି ।

 

Leave a Reply