ବଲିଉଡ଼ରୁ ଭୋଜପୁରୀ ସୁପରଷ୍ଟାର, କେମିତି ଥିଲା ରବି କିଶନଙ୍କ କ୍ୟାରୀୟର..?

1 min read
ravi kishan birthday struggle in initial days journey

ମୁମ୍ବାଇ: ଭୋଜପୁରୀ ଏବଂ ବଲିଉଡ଼ର ସିନେମାର ବରିଷ୍ଠ ଅଭିନେତା ରବି କିଶନ ତାଙ୍କ ଅଭିନୟର ଛାପ ଛାଡ଼ିଛନ୍ତି । ବହୁତ କମ ଲୋକ ହିଁ ଜାଣିଛନ୍ତି ଯେ, ରବି କିଶନଙ୍କୁ ଭୋଜପୁରୀ ସୁପରଷ୍ଟାରର ଟ୍ୟାଗ୍ ବଲିଉଡ଼ର ମହାନାୟକ ଅମିତାଭ୍ ବଚ୍ଚନ ହିଁ ଦେଇଥିଲେ । ଆଜି ହେଉଛି ଏହି ଭୋଜପୁରୀ କଳାକାରଙ୍କ ଜନ୍ମଦିନ । ସେ ତାଙ୍କର ୫୧ଜନ୍ମଦିନ ପାଳନ କରିଛନ୍ତି ।  ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ କ୍ୟାରୀୟର କିଛି ସଂଘର୍ଷ ପୂର୍ଣ୍ଣ ମୂହୁର୍ତ୍ତ ବିଷୟରେ ।

ରବି କିଶନ ତାଙ୍କ କ୍ୟାରୀୟରର ଆରମ୍ଭ ୧୯୯୨ ମସିହାର ଫିଲ୍ମ ପିତାମ୍ବରରୁ ହିଁ କରିଥିଲେ । ବହୁତ ଲୋକେ ଭାବୁଥିବେ ଯେ, ରବି କିଶନ ଭୋଜପୂରୀ ସିନେମାରୁ ବଲିଉଡକୁ ଆସିଥିଲେ କିନ୍ତୁ ଏହାର ସତ୍ୟତା ସମ୍ପୂର୍ଣ୍ଣ ଓଲଟା । ରବି ତାଙ୍କ କ୍ୟାରିୟର ଆରମ୍ଭ ହିନ୍ଦି ଫିଲ୍ମରୁ ହିଁ କରିଥିଲେ । ୧୯୯୨ରୁ ୨୦୦୨ପର୍ଯ୍ୟନ୍ତ ସେ ବଲିଉଡ଼ରେ ଅଭିନୟ କରିଥିଲେ । ଏହାପରେ ସେ ପ୍ରଥମ ଥର ପାଇଁ ଭୋଜପୂରୀ ସିନେମାରେ କାମ କଲେ ।

ରବି କିଶନ ତାଙ୍କ ଜୀବନରେ ବହୁ ସଂଘର୍ଷ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଆରମ୍ଭରୁ ବିଭିନ୍ନ ଫିଲ୍ମରେ ମାଗଣାରେ କାମ କରିଛନ୍ତି । କେବଳ ସେତିକି ନୁହେଁ ସେ କହିଛନ୍ତି ଯେ ସେ ବହୁଥର ପ୍ରତ୍ୟାଖ୍ୟାନର ଶୀକାର ହୋଇଛନ୍ତି । ଏବଂ ବହୁଥର ସେ କାମ ପାଇଁ ଘଣ୍ଟା ଘଣ୍ଟା ଧରି ଅଫିସ୍ ବାହାରେ ଠିଆ ହୋଇଛନ୍ତି । ସେ କହିଛନ୍ତି ଯେ, ମୁଁ ଆରମ୍ଭରୁ ପ୍ରାୟ ୧୨-୧୪ ଫିଲ୍ମରେ କାମ କରିଛି କିନ୍ତୁ ଏଥିପାଇଁ କୌଣସି ପାରିଶ୍ରମିକ ନେଇ ନାହିଁ । ରବି କହିଥିଲେ ଯେ, ସେତେବେଳେ ଆମ ପାଖରେ ୨ଟି ଅପସନ୍ ଥିଲା ଯଦି କାମ କରୁଛ ତ ପାରିଶ୍ରମିକ ନାହିଁ ଆଉ ଜଦି ପାରିଶ୍ରମିକ ଚାହୁଁଛ ତ କାମ ମିଳିବ ନାହିଁ ।

କିପରି ଜଣେ ସୁପରଷ୍ଟାର ଟ୍ୟାଗ୍ ପାଇଥିଲେ ରବି କିଶନ

ରବି କହିଛନ୍ତି ଯେ ଯଦି ମୁଁ  ଯେହେତୁ କାମ କରିବାକୁ ଚାହୁଁଥିଲି ସେଥିପାଇଁ ମୁଁ ଟଙ୍କା ଆଡକୁ ଆକର୍ଷିତ ନଥିଲି । ରବି କିଶନ ମଧ୍ୟ ଏହି ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କ କ୍ୟାରିୟରରେ କଠିନ ପରିଶ୍ରମ କରିଛନ୍ତି । ଭୋଜପୁରୀ ସୁପରଷ୍ଟାରର ଟ୍ୟାଗ୍ ତାଙ୍କୁ ଅମିତାଭ ବଚ୍ଚନ ଦେଇଥିଲେ । ରବି କିଶନ ୨୦୦୬ ଚଳଚ୍ଚିତ୍ର ଗଙ୍ଗା ପରେ ଭୋଜପୁରୀ ସିନେମାରେ ସମ୍ପୂର୍ଣ୍ଣ କାମ କରିବା ଆରମ୍ଭ କରିଥିଲେ ।

Leave a Reply