ପିକ୍‌ନିକ୍‌ ବସ୍ ଦୁର୍ଘଟଣାଗ୍ରସ୍ତ,୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ: ଘଟଣାସ୍ଥଳରୁ ଡ୍ରାଇଭର ଛୁ

1 min read

ଦିଗପହଣ୍ଡି:  ରେଭେନ୍ସା ବିଶ୍ୱବିଦ୍ୟାଳୟ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ । ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପାଟପୁରଥାନା କର୍ତ୍ତୃପକ୍ଷ ଆହାତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏମ୍‌.ସି.ଏ ଛାତ୍ରଛାତ୍ରୀମାନେ ନେହା ଆଣ୍ଡ ନିକିତା ନାମକ ବସରେ (0R-AW-3663) ଗଜପତି ଜିଲ୍ଲା ଗଣ୍ଡାହାତି ପିକନିକ୍ ଯାଇଥିଲେ । ଆଜି ସଂନ୍ଧ୍ୟାରେ ଗଣ୍ଡାହାତୀରୁ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡିଛି ।

ବସରେ ୬୦ ଜଣ ବିଦ୍ୟାର୍ଥୀ ଆସିଥିବା ସୂଚନା ମିଳିଥିବା ବେଳେ ସେଥିରୁ ୩୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଥିବା ସୂଚନା ରହିଛି । କିଛି ଆହତଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ସୂଚନା ମିଳିଛି । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply