ରବିନାଙ୍କ ବଡ ବୟାନ, ବଲିଉଡକୁ ସଫା କରିବା ସମୟ ଆସିଛି

1 min read

ନୂଆଦିଲ୍ଲୀ: ଆଳୁ ଖୋଳୁ ଖୋଳୁ ମହାଦେବ ଅବିର୍ଭାବ ହେବା ଭଳି  ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡର ଆଉ ଗୋଟିଏ  ସତ ଉପରୁ ପରଦା ହଟିବାରେ ଲାଗିଛି । ବଲିଉଡର ଚିକମିକ୍ ଦୁନିଆ ପଛରେ କେମିତି ଡ୍ରଗ୍ସର ଖେଳ ଚାଲିଛି ଓ କେମିତି ତଥାକଥିତ ୟୁଥ୍ ଆଇକନ୍ ଡ୍ରଗ୍ସ ନେଲେ ହିଁ ସଟ୍ ଦେଇ ପାରୁଛନ୍ତି ତାହା ଏବେ ଜଣା ପଡିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନାମୀ ଦାମୀ ନାମ ପଦାକୁ ଆସିବା ସହ ବଲିଉଡରେ ଏବେ କୋକୁଆ ଭୟ । ଏହାରି ଭିତରେ ସେଇ ବଲିଉଡରୁ ମୁହଁ ଖୋଲିଛନ୍ତି ରବିନା ଟଣ୍ଡନ । ରବିନା ଗୋଟିଏ ବୟାନରେ କହିଛନ୍ତି ଯେ, ବଲିଉଡକୁ ସଫା କରିବା ସମୟ ଆସି ଯାଇଛି ।

 ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ସାରା ଅଲି ଖାନଙ୍କ ପର୍ଯ୍ୟନ୍ତ ଡ୍ରଗ୍ସ ମାମଲାରେ ନାଁ ଆସି ସାରିଛି । ଏହି ମାମଲାରେ ନୀରବତା ଭାଙ୍ଗି ଏମିତି କିଛି କହିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ସେ କହିଛନ୍ତି ଯେ, ଦୋଷୀକୁ ଦଣ୍ଡ ମିଳୁ । ବଲିଉଡ୍ ସଫା ହେଉ ।

ରବିନା ଟଣ୍ଡନ ଟ୍ୱିଟ କରି ଲେଖିଛନ୍ତି ଯେ, ଏବେ ସଫେଇ କରିବାର ସମୟ ଆସିଛି । ଏହାକୁ ସ୍ୱାଗତ । ଆମର ଆଗାମୀ ପିଢୀକୁ ସାହାଯ୍ୟ କରିବା । ଏହିଠାରୁ ଆରମ୍ଭ କରନ୍ତୁ, ଏହାପରେ ଅନ୍ୟ ଘଟଣା ଉପରେ ନଜର ପକାଇବା, ସଫା କରନ୍ତୁ । ଦୋଷୀ, ୟୁଜର୍ସ,ଡିଲର୍ସ,ସପ୍ଲାୟର୍ସଙ୍କୁ ଦଣ୍ଡ ଦିଅନ୍ତୁ । ଲାଭ ଉଠାଉଥିବା ନାମୀଦାମୀ ବ୍ୟକ୍ତି ଟାର୍ଗେଟରେ, ଯେଉଁମାନେ ଅନ୍ୟକୁ ଦେଖନ୍ତି ନାହିଁ ଏବଂ ସେମାନଙ୍କ ଜୀବନ ଖରାପ କରି ଦିଅନ୍ତି । ତେବେ ରବିନାଙ୍କ ପୋଷ୍ଟ ଦେଖି ଜଣାପଡ଼ୁଛି ସେ କାହାକୁ ସମର୍ଥନ କରୁନାହାଁନ୍ତି । ସେ କେବଳ ନିଜର ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଏବେ ବଲିଉଡରେ ଡ୍ରଗ୍ସକୁ ନେଇ ଚର୍ଚ୍ଚା ଜାରି ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଜଣାଶୁଣା ନାମ ସାମ୍ନାକୁ ଆସିଛି । ଅବଶ୍ୟ ଜୟା ବଚ୍ଚନ,ତାପସୀ ପନ୍ନୁ,ଅନୁରାଗ କଶ୍ୟପ,ଅନୁଭବ ସିହ୍ନା,ମନୋଜ ବାଜପେୟୀ ସମେତ କେତେକ ଉକ୍ତ ଡ୍ରଗ୍ସ ମାମଲାର ବିରୋଧ କରି କହିଛନ୍ତି କି ସମସ୍ତେ ଡ୍ରଗ୍ସ ନେଉନାହାଁନ୍ତି । ଅନ୍ୟ ପକ୍ଷରେ କିଛି ସେଲିବ୍ରିଟିଙ୍କ କହିବା ଅନୁସାରେ ବଲିଉଡରେ ଅଧାରୁ ଅଧିକ ଲୋକ ଡ୍ରଗ୍ସ ନେଉଛନ୍ତି ।

Leave a Reply