ପାରାଦୀପରୁ ମିଳିଲା ବିରଳ ପ୍ରଜାତିର ମାଛ, ୨ଟି ମାଛର ଓଜନ ୪ କ୍ୱିଣ୍ଟାଲ୍

ପାରାଦ୍ୱୀପ : ପାରାଦୀପରେ ଧରାହୋଇଛି ବିରଳ ପ୍ରଜାତିର ମାଛ। ୨ଟି ମାଛର ଦାମ୍ ୪ କ୍ୱିଣ୍ଟାଲ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି । ତେବେ ଏହି ବିରଳ ପ୍ରଜାତିର ମାଛର କିଲୋ ପ୍ରତି ଦାମ୍ ୧୬ ଶହ ଟଙ୍କାରେ ବିକ୍ରୀ ହୋଇଥିବା ଜଣାପଡିଛି।

ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟରର ମତ୍ସ୍ୟଜୀବୀ ମାନେ ଟଲର (ମେସିନ୍ ଚାଳିତ ଡଙ୍ଗା ) ଯୋଗେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ରାତିରେ ସମୁଦ୍ରରେ ଜାଲ ବିଛାଇବା ସହିତ ମାଛ ମାରୁଥିବା ସମୟରେ ଜାଲରେ ପଡିଥିଲେ ଏହି ବିରଳ ମାଛ। ଯାହାର ଓଜନ ୪ କ୍ୱିଣ୍ଟାଲ ୭ କେଜି ହୋଇଛି । ଆଜି ଭୋରରୁ ସେହି ମତ୍ସ୍ୟଜୀବୀମାନେ ବାଲିପ୍ଲଟରେ ପହଞ୍ଚିବା ପରେ ଲୋକଙ୍କର ଭିଡ ଜମିଥିଲା ।

ତେବେ ଏହି ମାଛର ସଠିକ୍ ନାଁ ଜଣାପଡିନାହିଁ। ଏହାଛଡା ଏତେବଡ଼ ମାଛ କୁ ଏଠାରେ କିଣିବାପାଇଁ ମଧ୍ୟ ବାହାର ବ୍ୟବସାୟୀ ମିଳିଯାଇଥିଲେ। ବମ୍ବେର ଜଣେ ବ୍ୟବସାୟୀ ନିଲାମରେ ଏହାକୁ କିଲୋ ପ୍ରତି ୧୬୦୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଥିଲା । ଏହି ମାଛର ଚାହିଦା ବିଦେଶରେ ରହୁଥିବା ଜଣାପଡିଛି। ଏପରିକି ବିଦେଶରେ ଏହା କିଲୋପ୍ରତି ୩ ହଜାରରୁ ୩୨ ଶହ ଟଙ୍କା ବୋଲି ଜଣାପଡିଛି। ବ୍ୟବସାୟୀ ଜଣଙ୍କ ଏହି ମାଛକୁ କାଟି ବରଫ ପ୍ୟାକିଂ କରି ନେଇଛନ୍ତି । ମାଛଗୁଡିକୁ ଦେଖିବାକୁ ଲୋକଙ୍କର ବେଶ୍ ଭିଡ଼ ଜମିଥିଲା ।

Leave a Reply