ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ଲଳିତପୁରରୁ ଭୋପାଳ ନ ଅଟକି ଚାଲିଲା ଟ୍ରେନ୍

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଳିତପୁରର ଏହି ଘଟଣା । କହିବା ଅନୁସାରେ ଯେଉଁଠି ଜଣେ ବ୍ୟକ୍ତି ୩ ବର୍ଷର ଝିଅକୁ ଅପହରଣ କରି ନେଇଥିଲା । ଅପହରଣ ପରେ ଷ୍ଟେସନ ପହଞ୍ଚିଥିଲା । ସେଠାରେ ଭୋପାଳ ଯାଉଥିବା ଟ୍ରେନରେ ଚଢ଼ିଥିଲା । ଅଭିଯୁକ୍ତ ଓ ତାର କାରନାମା ସବୁ ସିସିଟିଭିରେ କଏଦ ହୋଇ ଯାଇଥିଲା । ପରିବାର ଲୋକ ପୋଲିସରେ ଝିଅର ଅପହରଣ ନେଇ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ଟ୍ରେନକୁ କୌଣସି ସ୍ଥାନର ନ ଅଟକାଇ ଲଳିତପୁରରୁ ଭୋପାଳ ଯାଏଁ ନେଇଥିଲା ।

Raptisagar Express Run Non-Stop Lalitpur To Bhopal For Rescue 3 Year Girl

ପରେ ୩ ବର୍ଷର ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ, ଘଟଣାର ସତ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି । ଲଳିତପୁର ଏସପିଙ୍କ ମୁତାବକ- ରବିବାର ସନ୍ଧ୍ୟାରେ ଜଣେ ମହିଳା ରେଲୱେ ଷ୍ଟେସନ ଆସି ପୋଲିସରେ ଅଭିଯୋଗ କରିଥିଲେ ତାଙ୍କ ୩ ବର୍ଷର ଝିଅକୁ ଅପହରଣ କରାଯାଇଛି । ଏତିକି ନୁହେଁ ଅପହରଣକାରୀ ଝିଅକୁ ନେଇ ଟ୍ରେନରେ ଚଢ଼ିଥିବା ଦେଖିଛନ୍ତି ବୋଲି ମହିଳା ଜଣଙ୍କ କହିଥିଲେ । ମହିଳାଙ୍କ କହିବା ଅନୁସାରେ ସିସିଟିଭି ଯାଞ୍ଚରୁ ଅପହରଣକାରୀ ୩ ବର୍ଷର ଛୁଆକୁ ନେଇ ରାପ୍ତିସାଗର ଏକ୍ସପ୍ରେସରେ ଚଢ଼ିଛି । ଅଭିଯୁକ୍ତକୁ ଧରିବା ଓ ଝିଅଟିକୁ ଉଦ୍ଧାର ପାଇଁ ଟ୍ରେନଟିକୁ କୌଣସି ସ୍ଥାନରେ ନ ଅଟକାଇ ସିଧା ଭୋପାଳ ପହଞ୍ଚା ଯାଇଥିଲା ।

ପ୍ରାୟ ୬ ଘଣ୍ଟା ପରେ ଟ୍ରେନଟି ଭୋପାଳ ପହଞ୍ଚିଥିଲା । ସେଠାରେ ପୂର୍ବରୁ ପୋଲିସ ଆଲର୍ଟ ଥିଲା, ଝିଅକୁ ଉଦ୍ଧାର କରାଯାଇଥିଲା । ତେବେ, ଅପହରଣକାରୀ ଜଣଙ୍କ ଆଉ କେହି ନଥିଲେ ସେ ଥିଲା ଝିଅର ବାପା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ସ୍ୱାମୀ ଝିଅକୁ ନେଇ ପଳାଇ ଆସିଥିଲେ । କିନ୍ତୁ, ପତ୍ନୀ ପୋଲିସକୁ କହିନଥିଲେ ତାଙ୍କ ସ୍ୱାମୀ ହିଁ ଝିଅକୁ ନେଇ ପଳାଇଛନ୍ତି । ତେବେ, ଭାରତୀୟ ରେଳ ଇତିହାସରେ ଏମିତି ପ୍ରଥମ ଥର ପାଇଁ ଘଟିଛି । କୌଣସି ଅପହରଣକାରୀଙ୍କୁ ଗିରଫ ଓ ଅପହୃତଙ୍କୁ ଉଦ୍ଧାର ପାଇଁ ଟ୍ରେନକୁ ନନଷ୍ଟପ୍ ୨୦୦ କିଲୋମିଟର ଚଲାଯାଇଥିଲା ।

Leave a Reply