ଦୁଷ୍କର୍ମ ପୀଡ଼ିତା ଫେରାର୍ ଘଟଣା: ଝୁରମୁର ଗାଁ ପାଖରୁ ଉଦ୍ଧାର କଲା ପୋଲିସ

ରାଉରକେଲା:  ଏସ୍‌ଓଏସ୍‌ ଭିଲେଜ୍‌ରୁ ଫେରାର ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ପରେ ଏବେ ତନାଘନା୍ । କ’ଣ ପାଇଁ ନାବାଳିକା ପାଚେରି ଡେଇଁ ଫେରାର ହୋଇଯାଇଥିଲେ ସେନେଇ ପୋଲିସ ଓ ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳିକାଙ୍କୁ ପୁଣି ଏସ୍‌ଓଏସ୍‌ ଭିଲେଜରେ ରଖାଯାଇଛି  । କାହିଁକି ଫେରାର ହେଲେ ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା? ସୁରକ୍ଷା ବଳୟକୁ ଭାଙ୍ଗିବାରେ କେମିତି ସଫଳ ହେଲେ? ଫେରାର ପଛରେ ରହିଛି କି କାହାର ହାତ?

ଶିଶୁ ମଙ୍ଗଳ କମିଟି ଓ ସୁନ୍ଦରଗଡ଼ ଛେଣ୍ଡ ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ  । ଫେରାର ପଛର ରହସ୍ୟରୁ ପରଦା ଉଠାଇବାକୁ ଯାଇ ପୀଡିତାଙ୍କୁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପଚରାଉଚରା କରୁଥିବା ସୂଚନା ରହିଛି  । ଗଣଦୁଷ୍କର୍ମ ଅଭିଯୋଗ ପରେ ରାଉରକେଲା ଏସ୍‌ଓଏସ୍‌ ଭିଲେଜରେ ଗତ ଜୁଲାଇ ମାସ ୧୧ ତାରିଖରୁ ନାବାଳିକାଙ୍କୁ ରଖାଯାଇଥିଲା  । ତେବେ ଗତ ୨୩ ତାରିଖ ରାତିରେ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା  । ନାବାଳିକାଙ୍କୁ ଝୁରମୁର ଗାଁ ପାଖରୁ ଉଦ୍ଧାର କରିଥିଲା ପୋଲିସ । ଗଣଦୁଷ୍କର୍ମରେ ସମ୍ପୃକ୍ତ ଦର୍ଶାଇ ଵୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସହ ସାବତ ବାପା ଏବଂ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ।

Leave a Reply