‘ପ୍ରତି ୫ ଘଣ୍ଟାରେ ଜଣେ ନାବାଳିକା ଦୁଷ୍କର୍ମ ଓ ୨ ଘଣ୍ଟା ଜଣେ ନାବାଳିକା ଅପହରଣର ଶିକାର ହେଉଛନ୍ତି’

1 min read

ନୂଆଦିଲ୍ଲୀ: ହାଥରସ୍, ବଳରାମପୁର, ବୁଲନ୍ଦସହର ଏବଂ ଭଦୋହିରେ ନିରୀହ ନାବାଳିକାଙ୍କ ସହ ଘଟିଥିବା ବର୍ବରତା ହିଁ କେବଳ ହୃଦୟ ବିଦାରକ ନୁହେଁ । ଉତ୍ତରପ୍ରଦେଶରେ ଗତ ୫ ବର୍ଷ ମଧ୍ୟରେ ନାବାଳିକାଙ୍କ ସହ ଘଟିଥିବା ନୃଶଂସତା ମଧ୍ୟ ଲୋକଙ୍କୁ ଦୋହଲାଇ ଦେଇଛି । ଉତ୍ତରପ୍ରଦେଶ ବିଧାନସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁଯାୟୀ, ପ୍ରତି ୫ ଘଣ୍ଟାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି ଓ ପ୍ରତି ୨ ଘଣ୍ଟାରେ ଜଣେ ନାବାଳିକାକୁ ଅପହରଣ କରାଯାଉଛି । କେବଳ ଏତିକି ନୁହେଁ ପ୍ରତି ୨ ଦିନରେ ଜଣେ ନାବାଳିକାକୁ ହତ୍ୟାର ଶିକାର ହେଉଛନ୍ତି । ତେବେ ଏ ସବୁକୁ ରୋକାଯିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ ।

୫ ବର୍ଷରେ ୨୫ ହଜାରରୁ ଊର୍ଦ୍ଧ୍ୱ ଅପହରଣ

୧୭ ଡିସେମ୍ୱର ୨୦୧୯ ରେ ୟୁପି ବିଧାନସଭା ଅଧିବେଶନ ବେଳେ ରାଜ୍ୟରେ ଝିଅମାନଙ୍କ ସହ ହେଉଥିବା ଅପରାଧ ପ୍ରଂସଗରେ ପ୍ରଶ୍ନ ପଚାରିଥିଲେ ବିଧାୟିକା ସୁଷମା ପଟେଲ । ବିଧାୟକଙ୍କ ଦ୍ୱାରା ପଚରାଯାଉଥିବା ପ୍ରଶ୍ନର ଉତ୍ତରରେ ସରକାର ନାବାଳିକାଙ୍କ ସହ ଘଟୁଥିବା ଅପରାଧ ନେଇ ତଥ୍ୟ ଉପସ୍ଥାପନ କରିଥିଲେ ।

ସେହି ଉପସ୍ଥାପିତ ତଥ୍ୟ ଅନୁଯାୟୀ ୧ ଜାନୁଆରୀ ୨୦୧୫ ଠାରୁ ୩୦ ଅକ୍ୱୋବର ୨୦୧୯ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ୨୫ ହଜାର ୬୧୫ଟି ମାମଲା ରୁଜୁ ହୋଇଛି । ୯୭୦୩ ଜଣ ଝିଅ ଅପହରଣର ଶିକାର ହୋଇଛନ୍ତି । ୯୮୮ ଜଣ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ରିପୋର୍ଟରେ ପ୍ରକାଶ ।

ହଜାର ହଜାର ସଂଖ୍ୟାର ମାମଲା, ଶହ ଶହ ସଂଖ୍ୟାରେ ଦଣ୍ଡ

ଉତ୍ତରପ୍ରଦେଶରେ ଗତ ୫ ବର୍ଷ ମଧ୍ୟରେ  ୯୭୦୩ ଟି ଦୁଷ୍କର୍ମ ଓ ୨୫ ହଜାର ୬୧୫ ଅପହରଣ ମାମଲା ରୁଜୁ ହୋଇଛି । ଅର୍ଥାତ ଗତ ୫ ବର୍ଷ ମଧ୍ୟରେ ପାଖାପାଖି ୩୫ ହଜାର ମାମଲା ରୁଜୁ ହୋଇଥିବା ଏମାନଙ୍କ ମଧ୍ୟରୁ ମାତ୍ର ୨ହଜାର ଲୋକଙ୍କୁ ହିଁ ଦଣ୍ଡ ବିଧାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଷ୍କର୍ମ ମାମଲାରେ ୧୧୦୫ ଏବଂ ଅପହରଣ ମାମଲାର ୭୮୬ ଜଣ ଅଭିଯୁକ୍ତ ରହିଛନ୍ତି । ତେବେ ଅନ୍ୟ ମାମଲା ସମ୍ପର୍କିତ ତଥ୍ୟ ଗୃହରେ ଉପସ୍ଥାପିତ କରାଯାଇନାହିଁ ।

ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !

Leave a Reply