ସାଥୀ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣି ଚାଲିଗଲା ପ୍ରାଣ

1 min read

କେନ୍ଦୁଝର: ଫାଶୀ ଦଣ୍ଡାଦେଶକୁ ନେଇ ଛାନିଆ ହେଲେଣି ଦୁଷ୍କର୍ମକାରୀ । ଗତକାଲି ଜଣେ କଏଦୀଙ୍କୁ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ଏହି ଖବର ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି । ମୃତକ ପଣ୍ଡାପଡ଼ା ଥାନା ମିଶ୍ରମାଳ ଗାଁର ଟୁରୀ ମୁଣ୍ଡା ।ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବା ବେଳେ ହଠାତ୍ ପଡ଼ିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ), ୩୫୪(ବି) ଆଦି ଦଫା ଲାଗିଥିଲା । ତେବେ, ଗତକାଲି ସୁନୀଲ ନାଏକ ନାମକ କଏଦୀଙ୍କୁ ପୋକ୍ସୋ ମାମଲାରେ ଫାଶୀ ଦଣ୍ଡ ଶୁଣାଯିବା ପରେ ଆଜି ଟୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।

https://nandighoshatv.comkeonjhar-girl-child-rapist-sentenced-death/

Leave a Reply