ରାମଦେବ ବାବାଙ୍କ ସଂସ୍ଥା ପତଞ୍ଜଳି ପ୍ରସ୍ତୁତ କଲା କରୋନା ଭାଇରସର ଔଷଧ, ସୁସ୍ଥ ହେଉଛନ୍ତି ରୋଗୀ

1 min read

ନୂଆଦିଲ୍ଲୀ- ଯୋଗଗୁରୁ ରାମଦେବ ବାବାଙ୍କ ସଂସ୍ଥା ପତଞ୍ଜଳି ଦାବି କରିଛି ଯେ, ସେମାନେ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିସାରିଛନ୍ତି । ପତଞ୍ଜଳି କରିଥିବା ଦାବି ମୁତାବକ ଏହି ଔଷଧର ପରିଣାମ ମଧ୍ୟ ଅନୁକୂଳ ବୋଲି କୁହାଯାଇଛି ।

ଆଚାର୍ଯ୍ୟ ବାଳକୃଷ୍ଣ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ଦାବି କରିଛନ୍ତି ଯେ, ପତଞ୍ଜଳି କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ଔଷଧକୁ ସେବନ କରି ଏକ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ୮୦ ପ୍ରତିଶତ କରୋନା ପଜିଟିଭ ରୋଗୀ ଏହି ଔଷଧ ସେବନ କରି ସୁସ୍ଥ ହୋଇଥିବା ବାଳକୃଷ୍ଣ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରାୟ ସମସ୍ତ ବୈଜ୍ଞାନିକ କରୋନା ଭାଇରସର ଟୀକୀ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ମାନେ ଚେଷ୍ଟା ଚଲାଛନ୍ତି ।

କିଛି ଦିନ ପୂର୍ବରୁ ସିଏମ୍ ଇଷ୍ଟିଚ୍ୟୁଟର ପୁରୁଷୋତ୍ତମ କହିଥିଲେ ଯେ, ଅକ୍ଟୋବର- ନଭେମ୍ବର ସୁଦ୍ଧା କରୋନା ଭାଇରସର ଔଷଧ ବଜାରରେ ଉପଲବ୍ଧ ହୋଇପାରେ । ଏମିତିକି ଭାରତରେ ଏହାକୁ କମ ଟଙ୍କାରେ ବିକ୍ରି କରିବାକୁ ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

Leave a Reply