ଲକଡାଉନ୍ ବେଳେ ବାଜି ମାରିଲା ରାମାୟଣ, ରିପିଟ୍ ଟେଲିକାଷ୍ଟକୁ ମିଳିଛି ସର୍ବାଧିକ ରେଟିଂ

1 min read

ମୁମ୍ବାଇ:୧୯୮୭ ମସିହାରେ ପ୍ରସାରିତ ହୋଇଥିବା ରମାନନ୍ଦ ସାଗରଙ୍କ ରାମାୟଣ ଲକଡାଉନ୍ ପାଇଁ ପୁଣିଥରେ ଦୁରଦର୍ଶନରେ ପ୍ରସାରିତ ହେଉଛି। ପୂର୍ବରୁ ମଧ୍ୟ ରାମାୟଣ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିଲା । ଆଉ ଏବେ ମଧ୍ୟ ପ୍ରଥମ ପ୍ରସନ୍ଦ ହୋଇ ରହିଛି ।  ଧାରାବାହିକର ପୁନଃ ପ୍ରସାରଣ ଏବେ ନୂଆ ଟିଆରପି ରେକର୍ଡ ସୃଷ୍ଟି କରିଛି । PIB ଏହି ଖବରକୁ ଖବର ସେୟାର କରିଛି  ।

PIB ର ଟୁଇଟ୍ ଅନୁଯାୟୀ – ବାର୍କ ଅନୁସାରେ, ହିନ୍ଦୀ GEC (ଜେନେରାଲ୍ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍) ଶୋ ଲିଷ୍ଟରେ ୨୦୧୫ ମସିହା ପରଠୁ ସର୍ବାଧିକ ଟିଆରପି ପାଇଥିବା ସିରିଜ୍ ତାଲିକାରେ ରାମାୟଣ ଏକ ନମ୍ବର ପାଲଟିଛି । ପ୍ରସାର ଭାରତୀ ସିଇଓ ଶଶି ଶେଖର ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାମାୟଣ କାରଣରୁ ଦୁରଦର୍ଶନ ମଧ୍ୟ ଏକ ରେକର୍ଡ କରିଛି । କରୋନା ପାଇଁ ଏବେ ସମଗ୍ର ଦେଶ ଲଢୁଛି । ଏହା ସ୍ପଷ୍ଟ ହୋଇଛି ଯେ କରୋନା ପାଇଁ ଏହି ସମୟରେ ଲୋକମାନେ ରାମାୟଣ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଲକଡାଉନ୍ ସମୟରେ ଅନେକ ପୁରୁଣା ଶୋ ଟେଲିକାଷ୍ଟ ହେଉଛି । ଯାହା ଲୋକେ ଦେଖିବା ପସନ୍ଦ କରୁଛନ୍ତି । ଏଥିମଧ୍ୟରେ ରାମାୟଣ, ମହାଭାରତ, ଦେଖ ଭାଇ ଦେଖ, ଚାଣକ୍ୟ, ଶକ୍ତିମାନ, ସର୍କସ, ବୁନିୟାଦ,ଶ୍ରୀମାନ-ଶ୍ରୀମତି ସାମିଲ ଅଛନ୍ତି । ରମାନନ୍ଦ ସାଗରଙ୍କ ରାମାୟଣ ମଧ୍ୟ ଏହା ପୂର୍ବରୁ ରେକର୍ଡ କରିଥିଲା। ଏହି ଟିଭି ସିରିଜ୍ କୁ ୮୨ ପ୍ରତିଶତ ଭ୍ୟୁଅରଶିପ ମିଳିଥିଲା ।  ସବୁ ଟିଭି ଧାରାବାହିକ ପାଇଁ ଏହା ଏକ ରେକର୍ଡ । ରାମାୟଣରେ ଅରୁଣ ଗୋବିଲ ରାମ, ଦୀପିକା ଚିଖଲିଆ ସୀତା ଭୂମିକାରେ ଅଭିନୟ କରିଥିଲେ।

ରାମାୟଣ ଆରମ୍ଭ ହେବା ମାତ୍ରେ ଲୋକମାନେ ଟିଭି ସାମ୍ନାରେ ବସିଯାଉଥିଲେ । ସେହି ସମୟରେ ରାମାୟଣର କ୍ରେଜ ଏପରି ଥିଲା ଯେ ଲୋକମାନେ ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିଆଙ୍କୁ ରାମ ସୀତା ଭାବରେ ବାସ୍ତବରେ ଗ୍ରହଣ କରିବାକୁ ଲାଗିଥିଲେ। ଲୋକମାନେ ତାଙ୍କୁ ଇଶ୍ୱର ବୋଲି ଗ୍ରହଣ କରିନେଇଥିଲେ ।

 

Leave a Reply