‘ଗଣତନ୍ତ୍ର ଦିବସ’ ପରେଡରେ ଦେଖିବାକୁ ମିଳିବ ରାମ ମନ୍ଦିର ମଡେଲ୍

ନୂଆଦିଲ୍ଲୀ: ୨୦୨୧ ମସିହାର ଗଣତନ୍ତ୍ର ଦିବସର ପରେଡ୍ ସ୍ୱତନ୍ତ୍ର ହେବାକୁ ଯାଉଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଏକ ମଡେଲ୍ ତଥା ମେଢ ଏଥର ରାଜପଥରେ ଦେଖିବାକୁ ମିଳିବ ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ତରଫରୁ ପରେଡରେ ଯେଉଁ ମଡେଲ୍ ସାମିଲ ହେବ ତାହା ରାମ ମନ୍ଦିର ଢାଞ୍ଚାର ହେବ ।

ଏଥିରେ ପ୍ରତିବର୍ଷ ଅଯୋଧ୍ୟାରେ ହେଉଥିବା ଦୀପୋତ୍ସବ ମଧ୍ୟ ପ୍ରଦର୍ଶିତ ହେବ । ଏହାବ୍ୟତୀତ ଶବରୀ, ନିଶାଦରାଜଙ୍କୁ ରାମଙ୍କ ଆଲିଙ୍ଗନ ଭଳି ଦୃଶ୍ୟ ପ୍ରଦର୍ଶିତ କରାଯିବ ।

ୟୁପି ସରକାର ମଧ୍ୟ ତାଙ୍କ ଝାଙ୍କିରେ ଅନ୍ତରାଷ୍ଟ୍ରିୟ ଖ୍ୟାତି ସମ୍ପନ୍ନ ମୃଦଙ୍ଗାଚାର୍ଯ୍ୟ ରାମଶଙ୍କର ଦାସଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦର୍ଶନ କରିବେ।

ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ କରାଯାଇଥାଏ । ଯେଉଁଥିରେ ବିଭିନ୍ନ ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଥାଏ । ଏପରିକି ରାଜ୍ୟ ମାନେ ନିଜ ତରଫରୁ ନିଜ ଥିମ ନେଇ ଏକ ପ୍ରସ୍ତାବ ପଠାଇଥାନ୍ତି । ଚଳିତ ଥର ବ୍ରିଟେନର ବୋରିସ୍ ଜନସନ୍ ଭାରତର ଅତିଥି ହୋଇପାରନ୍ତି ।

Leave a Reply