ପଞ୍ଚଭୂତରେ ଲୀନ ହେଲେ ରାମବିଳାଶ ପାଶୱାନ, ଭାବବିହ୍ୱଳ ହୋଇ ବିଦାୟ ଦେଲା ପରିବାର

1 min read

ପଟନା: ପଞ୍ଚଭୂତରେ ଲୀନ ହେଲେ କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାସ ପାଶୱାନ । ଶନିବାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ଦୀଘା ଘାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଲୋକଜନଶକ୍ତି ପାର୍ଟିର ସଂସ୍ଥାପକ ରାମବିଳାସ ପାଶୱାନଙ୍କ ଅନ୍ତିମ ଯାତ୍ରା ପଟନାରୁ ବାହାରିଥିଲା । ପାଶୱାନଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଙ୍କ ସମର୍ଥକମାନଙ୍କ ଭିଡ଼ ଜମିଥିଲା ।

ଶୁକ୍ରବାର ସନ୍ଧ୍ୟାରେ ପାଶୱାନଙ୍କ ପାର୍ଥିବ ଶରୀର ପଟନାରେ ପହଞ୍ଚିଥିଲା । ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପାଶୱାନଙ୍କୁ ଶ୍ରାଦ୍ଧାଞ୍ଚଳି ଦେବାକୁ ପହଞ୍ଚିଥିଲେ ।  କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ନିତ୍ୟାନନ୍ଦ ରାୟ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଡେପୁଟି ସିଏମ୍ ସୁଶୀଲ ମୋଦୀ ମଧ୍ୟ ରାମବିଳାଶ ପାଶୱାନଙ୍କ ଅନ୍ତିମ ଯାତ୍ରାରେ ଉପସ୍ଥିତ ଥିଲେ ।

ଶେଷ ଦର୍ଶନ କରିବାକୁ ପହଞ୍ଚିଲେ ପ୍ରଥମ ପତ୍ନୀ

ଅନେକ ବଡ଼ ବଡ଼ ନେତାଙ୍କ ସହ ହାଜିପୁରରୁ ବହୁ ସଂଖ୍ୟାରେ ଲୋକ ପଟନାରେ ପହଁଞ୍ଚିଥିଲେ । ପାଶୱାନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ପଞ୍ଜାବରୁ ମଧ୍ୟ ଅନେକ ଲୋକ ପହଞ୍ଚିଥିଲେ । ଅନ୍ୟପଟେ ସକାଳୁ ସକାଳୁ ରାମବିଳାଶ ପାଶୱାନଙ୍କ ପ୍ରଥମ ସ୍ତ୍ରୀ ରାଜକୁମାରୀ ଦେବୀ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ପାଟନା ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଚିରାଗ ପାଶୱାନଙ୍କ ସହ ପରିବାରର ଅନେକ ସଦସ୍ୟ ମଧ୍ୟ ଏହି  ଅନ୍ତିମ ଦର୍ଶନରେ ସାମିଲ ହୋଇଥିଲେ ।

Leave a Reply