ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ, ମଧ୍ୟାନ ଧୂପ ପରେ ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା

1 min read

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ପରେ  ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି | ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ବାରା ନିର୍ମିତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ  ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇଛନ୍ତି | ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ର ଜନ୍ମନୀତି ପାଇଁ ପ୍ରଭୁ ସୁଦର୍ଶନଙ୍କୁ ଚାରି ଆଶ୍ରମକୁ ବିଜେ କରାଯାଇଛି | ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଅଛି |  ଏହି ସ୍ୱତନ୍ତ୍ର ନୀତି ଭୋଗ ମଣ୍ଡପ ପରେ ଦଇତାପତି ମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ସମାପନ କରିଛନ୍ତି ।

ରକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ଓ ପ୍ରେମର ଦିନଟିଏ । ବର୍ଷକର ଅପେକ୍ଷା ପରେ ଆସି ଥିବା ଏହି ଦିନରେ ଭାଇ ଭଉଣୀ ସେମାନଙ୍କ ସବୁ ରାଗ ରୋଷା ଭୁଲି ପରଷ୍ପର ଭିତରେ ସ୍ନେହ ଭରା ସମ୍ପର୍କକୁ ଆହୁରି ମଜବୁତ କରିବାର ଦିନଟିଏ ।  ଭାଇର ଶୁଭ ମନାଷୀରେ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ ।

ଭାଇ ହାତରେ ସ୍ନେହର ଡୋର ବାନ୍ଧି ଭାଇର ଦିର୍ଘାୟୁ କାମନା କରିଥାଏ ଭଉଣୀ  । ଭାଇକୁ ଧୂପ, ଦ୍ୱିପରେ ବନ୍ଦାପନା କରି, ମିଠା ଖୁଆଇ ରାକ୍ଷୀ ବାନ୍ଧେ ଭଉଣୀ  । ସେପଟେ  ଉଉଣୀକୁ ଆସିର୍ବାଦ ଦେବା ସହ ନାନା ଉପହାର ଦେବ ଭାଇ  । ଏନେଇ ପ୍ରତିଟି ପରିବାରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ହେଲେ ଚଳିତ ବର୍ଷ କରୋନା ପାଇଁ ଟିକିଏ ଫିକା ପଡିଛି ପର୍ବ । ହେଲେବି ସମସ୍ତେ ସାମଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଉତ୍ସବ ପାଳନ କରୁଛନ୍ତି  ।

ବର୍ଷ ବର୍ଷ ଝଗଡ଼ା କରିବା ପରେ ବି ସବୁ ବେଳେ ସାଙ୍ଗ ହୋଇ ପରସ୍ପର ଦୁଃଖସୁଖରେ ସହାରା ହେଉଥିବା ଏହି ସମ୍ପର୍କ ସତରେ ବହୁ ନିଆଁରା । କେତେବେଳେ ଧୁଳି ଘର ପାଇଁ ଅଳି ତ କେତେବେଳେ ବାପା –ମାଆଙ୍କ ସ୍ନେହର କମ୍-ବେଶୀର ଅଳି ଏସବୁ ଭିତରେ ହିଁ ଏହି ସମ୍ପର୍କ ଆହୁରି ମାର୍ଜିତ ହୋଇଥାଏ । ଜଣେ ଦୁଃଖରେ ଥିଲେ ଅନ୍ୟ ଜଣଙ୍କୁ ନିଦ ହୁଏନି ଏ ହେଉଛି ଏମିତି ସମ୍ପର୍କ । ସାରା ଦୁନିଆ ଆଖ୍ୟପ କଲେ ବି ସବୁ ଟାହି ଟାପରା ସାମ୍ନା କରି ପରସ୍ପରର ସାହାରା ହେଉଥିବା ଏହି ସମ୍ପର୍କ ହେଉଛି ଭାଇ ଭଉଣୀର ।

Leave a Reply