Rajasthan politics : ପୁଣି ବୁହାହେଲେ ବିଧାୟକ,ଏଥର ଜୈସଲମେର

rajasthan mla

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରିଥିବା ନାଟକ ଭିତରେ ପୁଣି ବିଧାୟକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେବା ପରେ ଆଜି କଂଗ୍ରେସ କ୍ୟାମ୍ପରେ ଗତିବିଧି ବଢିଯାଇଥିଲା । ଶୁକ୍ରବାର ଦିନ କଂଗ୍ରେସ ବିଧାୟକଙ୍କୁ ପୁଣିଥରେ ହୋଟେଲରୁ ସିଫ୍ଟ କରାଯାଇଛି । କେବଳ ହୋଟେଲ ନୁହେଁ ସେମାନଙ୍କୁ ଅଧିବେଶନ ପର୍ଯ୍ୟନ୍ତ ଅନ୍ୟ ସହରକୁ ହିଁ ପଠାଇ ଦିଆଯାଇଛି ।

ଶୁକ୍ରବାର ମଧ୍ୟାହ୍ନ ୧୨.୧୧ ମିନିଟରେ ଜୟପୁରର ଫାୟାର ମାଉଣ୍ଟ ହୋଟେଲରେ ଥିବା ଅଶୋକ ଗହଲୋତଙ୍କୁ ସମର୍ଥନ କରୁଥିବା ୫୩ ବିଧାୟକଙ୍କୁ ଏକ ବସ ଯୋଗେ ବିମାନବନ୍ଦର ନିଆଯାଇଥିଲା । ସେଠାରୁ ବିଧାୟକକୁ ଏକ ଚାର୍ଟାଡ୍ ପ୍ଲେନ୍ ଜରିଆରେ ଜୈୟସାଲମେର ପଠା ଯାଇଛି । ଆଉ ଗୋଟିଏ ଗ୍ରୁପରେ ବାକି ବିଧାୟକଙ୍କ ମଧ୍ୟ ଜୈୟସାଲମେର ପଠାଯିବ । ବିଧାୟକ ଘୋଡା ବେପାର ଆଶଙ୍କାରେ କଂଗ୍ରେସ ନିଜ ବିଧାୟକଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଉଛି ।

ଅନ୍ୟପକ୍ଷରେ ଆଜି ଅଦାଲତରେ ସଞ୍ଜୟ ଜୈନ୍ ଭଏସ ସାମ୍ପୁଲ(ସ୍ୱର ନମୂନା) ଦେବାକୁ ମନା କରିଦେଇଛନ୍ତି । ସଂଜୟଙ୍କ ବିରୋଧରେ ବିଧାୟକଙ୍କ କିଣାବିକାରେ ଦଲାଲି କରୁଥିବା ଅଭିଯୋଗ ରହିଛି ।

ଅଗଷ୍ଟ ୧୪ ବିଧାନସଭା ଅଧିବେଶନ

ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକାଇଛନ୍ତି । ଏହାପରଠାରୁ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ଉଦ୍ୟମ କରୁଛି । କଂଗ୍ରେସର ଆଶଙ୍କା ଯେ, ସଚିନ ପାଇଲଟ୍ ଗୋଷ୍ଟୀ ଏବେ ମଧ୍ୟ ଏହାର ବିଧାୟକଙ୍କ ଶିକାର କରିବା ପାଇଁ ଉଦ୍ୟମ କରୁଛି । ଗୁରୁବାର ଦିନ ବୈଠକରେ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ କହିଥିଲେ ଯେ,ଗଣତନ୍ତ୍ରର ରକ୍ଷା ପାଇଁ ହୋଟେଲରେ ରହିବାକୁ ପଡିବ । ସବୁ ପର୍ବ ହୋଟେଲରେ ପାଳନ କରିବାକୁ ପଡିବ । ତେବେ ବିଧାୟକ ଚାହିଁଲେ ନିଜ ପରିବାରକୁ ହୋଟେଲକୁ ଡାକି ପାରିବେ ବୋଲି କଂଗ୍ରେସ କହିଛି ।

ସଚିନ ପାଇଲଟଙ୍କ ଉପରେ ଆକ୍ରାମକ ହେଲେ ଗହଲୋତ

sachin vs ashok

ବିଦ୍ରୋହୀ ବିଧାୟକଙ୍କୁ ଦଳକୁ ପୁଣି ଫେରିବା ପାଇଁ ଗହଲୋତ ନିମନ୍ତ୍ରଣ କରିବା ସହ ସେମାନଙ୍କୁ କଟାକ୍ଷ ମଧ୍ୟ କରୁଛନ୍ତି । ଗୁରୁବାର ଦିନ ସେ କହିଥିଲେ ଯେ, ଯେବେଠାରୁ ବିଧାନସଭା ଅଧିବେଶନ କଥା ଘୋଷଣା ହୋଇଛି ସେବେଠାରୁ ବିଧାୟକଙ୍କ ଦାମ୍ ବଢିଯାଇଛି । ଯଦି ବିଦ୍ରୋହୀ ବିଧାୟକଙ୍କୁ କିସ୍ତି ମିଳିନି ତେବେ ସେମାନେ ପୁଣି ଦଳକୁ ଫେରି ପାରିବେ ।

ରାଜସ୍ଥାନ ରାଜନୈତିକ ସଂକଟ ପାଇଁ ଅଶୋକ ଗହଲୋତ ବିଜେପିକୁ ଦାୟି କରୁଛନ୍ତି । ବିଜେପି କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କ ସରକାର ଭାଙ୍ଗିବାକୁ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

 

Leave a Reply