Rajasthan political crisis : ପାଇଲଟଙ୍କୁ ଆଶ୍ୱସ୍ତି,କଂଗ୍ରେସ ପାଇଁ ରାସ୍ତା ମୁସ୍କିଲ-ଜାଣନ୍ତୁ ହାଇକୋର୍ଟ ରାୟର ରାଜନୈତିକ ଅର୍ଥ

ଜୟପୁର: ରାଜସ୍ଥାନ ହାଇକୋର୍ଟ ଆଜି ବାଚସ୍ପତି ସିପି ଜୋଷୀଙ୍କ ନୋଟିସ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି । ହାଇକୋର୍ଟଙ୍କ ଏହି ରାୟ ସଚିନ ପାଇଲଟ ଗୋଷ୍ଟୀ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ତଥା କଂଗ୍ରେସ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ଏହି ନୋଟିସ ଓ ବିଧାନସଭା ଅଧିବେଶନ ଡକାଇ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବିଦ୍ରୋହୀ ବିଧାୟକଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଥିଲେ । ଏବେ ସୁପ୍ରିମକୋର୍ଟ ହିଁ ଏହା ଉପରେ କୌଣସି ନିଷ୍ପତି ନେଇ ପାରିବେ । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ସୋମବାର ଦିନ ମାମଲାର ଶୁଣାଣି କରିବାକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସୋମବାର ଦିନ ବିଧାନସଭା ଅଧିବେଶନ ଡାକିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏହି ଅଧିବେଶନ କାଳରେ ପାଇଲଟଙ୍କ ସମେତ ବାକି ୧୯ ବିଦ୍ରୋହୀ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥାନ୍ତା । ଏବେ ହାଇକୋର୍ଟଙ୍କ ରାୟ ପରେ ଗହଲୋତଙ୍କ ଆଗରେ ବିଧାନସଭା ଅଧିବେଶନ ଡକାଇବା ନେଇ ସଂକଟ ସୃଷ୍ଟି ହୋଇଛି ।

sachin ashok

ପାଇଲଟ ଗ୍ରୁପକୁ ଆଶ୍ୱସ୍ତି

ହାଇକୋର୍ଟରେ ବାଚସ୍ପତି ସିପି ଜୋଷୀଙ୍କ ଓକିଲ ପ୍ରତୀକ କାସଲିବାଲ କହିଛନ୍ତି ଯେ, ହାଇକୋର୍ଟଙ୍କ ରାୟ ନିଶ୍ଚିତ ଭାବେ ପାଇଲଟଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ହାଇକୋର୍ଟ ୧୪ ଜୁଲାଇ ଦିନ ଜାରି କରାଯାଇଥିବା ନୋଟିସ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଛନ୍ତି । ବିଦ୍ରୋହୀଙ୍କ ସଦସ୍ୟତାକୁ ନେଇ ବାଚସ୍ପତି ନିଷ୍ପତି ନେଇ ପାରନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ର ହେବ ପକ୍ଷ

ଏହି ପୁରା ମାମଲାରେ କେନ୍ଦ୍ରକୁ ପକ୍ଷଭୁକ୍ତ କରିବା ପାଇଁ ପାଇଲଟ ଗୋଷ୍ଟୀ ଦ୍ୱାରା କରାଯାଇଥିବା ଆବେଦନକୁ ମଧ୍ୟ ହାଇକୋର୍ଟ ମଂଜୁର କରିଛନ୍ତି । ତେବେ ଆଜି ରାଜସ୍ଥାନ ହାଇକୋର୍ଟ ଦେଇଥିବା ରାୟ ଅନ୍ତିମ ଫୈସଲା ନୁହେଁ । ଏହାପରେ ମଧ୍ୟ ଶୁଣାଣି ହେବ । ଏହାଛଡା ସୋମବାର ଦିନ ସୁପ୍ରିମକୋର୍ଟରେ ମଧ୍ୟ ମାମଲାର ଶୁଣାଣି ହେବ ।

ହାଇକୋର୍ଟ ରାୟର ଅର୍ଥ କ’ଣ ?

୧. ବାଚସ୍ପତିଙ୍କ ନୋଟିସ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

୨. ପାଇଲଟଙ୍କ ଆବେଦନକୁ ଠିକ୍ ବୋଲି ମାନିଲେ ହାଇକୋର୍ଟ

୩. ଆଗକୁ ସୁପ୍ରିମକୋର୍ଟରେ ଶୁଣାଣି ହେବ

୪. ସଦସ୍ୟତା ବାତିଲ ନିଷ୍ପତି ବାଚସ୍ପତି ନେବେ

୫.ସୁପ୍ରିମକୋର୍ଟରେ ମାମଲା ସେଥିପାଇଁ ସ୍ଥଗିତାଦେଶ

Leave a Reply