Rajasthan Politics: ରାଜ୍ୟପାଳ କଲରାଜ ମିଶ୍ର ଡାକିଲେ ବିଧାନସଭା ଅଧିବେଶନ

1 min read

ଜୟପୁର: ରାଜସ୍ଥାନରେ ରାଜନୈତିକ ଡ୍ରାମା ଚାଲିଥିବା ବେଳେ ରାଜ୍ୟପାଳ ଡାକିଛନ୍ତି ବିଧାନସଭା ଅଧିବେଶନ । ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି । ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ ଅସ୍ୱୀକାର କରିଛନ୍ତି ।

କଂଗ୍ରେସ ଓ ମୁଖ୍ୟମନ୍ତ୍ରୀଙ୍କ ପଟୁ ଚାପ ଓ ଅଭିଯୋଗ ପରେ ରାଜ୍ୟପାଳ ଅଧିବେଶନ ଡାକିବା ସହ ନୋଟିଫେକସନ୍ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୁଲାଇ ୩୧ ତାରିଖରୁ ଗୃହ ଆରମ୍ଭ ନେଇ ଅନୁରୋଧ କରିଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ସକାଳେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । କରୋନା ଭାଇରସକୁ ଆଳ କରି ରାଜ୍ୟପାଳ ଏତେ କମ୍ ସମୟ ମଧ୍ୟରେ ଗୃହକୁ ସମସ୍ତ ବିଧାୟକଙ୍କୁ ଡାକିବା ଅସମ୍ଭବ କହିଥିଲେ ।

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ରାଜ୍ୟପାଳଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ- ବିଧାନସଭା ଅଧିବେଶନ ଡାକିବାରେ ବାଧା ଉପୁଜାଇବା ଦ୍ୱାରା ସଂସଦୀୟ ଲୋକତନ୍ତ୍ରର ମୌଳିକ ଅଧିକାର ଶକ୍ତିହୀନ ହେବ । ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଥିଲେ- ରାଜ୍ୟପାଳଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛି । ଏବଂ ପିଏମଙ୍କୁ କଲରାଜ ମିଶ୍ରଙ୍କ ବ୍ୟବହାର ନେଇ ଅବଗତ କରାଇଛି । ଏପରିକି ୭ ଦିନ ତଳେ ସେ ମୋଦିଙ୍କ ସହ ଚିଠି ମାଧ୍ୟମରେ କଥା ହୋଇଥିବା କହିଥିଲେ ।

Ashok Gehlot calls another cabinet meet to discuss governor’s reservations over Rajasthan assembly session

ଗତ ସପ୍ତାହରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପିଏମ୍ ମୋଦିଙ୍କୁ ଚିଠି ଲେଖି ରାଜ୍ୟର ରାଜନୈତିକ ସ୍ଥିତି ନେଇ ଜଣାଇଥିଲେ । ତା ପରଦିନ କହିଥିଲେ- ପରେ ପିଏମ୍ ନ କୁହନ୍ତୁ ତାଙ୍କୁ ଏନେଇ ଜଣାନଥିଲା । ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଥିଲେ ।

ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘବୀ ଅଧିବେଶନ ଡେରିରେ ହେବା ପାଇଁ ରାଜ୍ୟପାଳଙ୍କୁ ଦାୟୀ କରିଥିଲେ । କହିଥିଲେ- କେନ୍ଦ୍ରର ରିମୋଟ୍ କଣ୍ଟ୍ରୋଲ୍ ହୋଇ ରାଜ୍ୟପାଳ କାମ କରୁଛନ୍ତି । ରାଜ୍ୟର ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଓ ୧୮ ଅନ୍ୟ କଂଗ୍ରେସ ବିଧାୟକ ଅଯୋଗ୍ୟ ବିବେଚିତ ହେବା ପରେ ଗେହଲଟ୍ ସରକାର ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ବାରମ୍ବାର ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କୁ ଦାବି କରି ଆସୁଥିଲେ ।

Leave a Reply