ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ବିବାଦର କାରଣ କଣ ?

1 min read

ଜୟପୁର: ସଂକଟରେ ଅଶୋକ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ପଦ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖିଆ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏପରିକି କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହୋଇନାହାଁନ୍ତି ସଚିନ ପାଇଲଟ୍ । ଯାହାକି ରାଜସ୍ଥାନରେ ସୃଷ୍ଟି କରିଛି ରାଜନୈତିକ ଅସ୍ଥିରତା…

ଏସଓଜି ନୋଟିସରୁ ବିବାଦ

କୁହାଯାଉଛି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦ ପଛର କାରଣ ହେଉଛି ଏସଓଜିର ନୋଟିସ୍ । ଯାହାକି ଏସଓଜି ସଚିନ ପାଇଲଟଙ୍କ ସମେତ ଅନ୍ୟ କେତକଙ୍କୁ ପଠାଇଛି । ସଚିନଙ୍କୁ ସଙ୍ଗୀନ ଧାରାରେ ପଚରାଉଚରା ପାଇଁ ଡକାଯାଇଛି । ଯେତେବେଳେ କି ମାମଲା ବିଧାୟକଙ୍କୁ କ୍ରୟ କୁ ନେଇ । ଏହାକୁ ସହଜରେ ହଜମ କରିପାରିନାହଁନ୍ତି ସଚିନ ।

ashok sachin

ରାଜ୍ୟରେ ସରକାର ଗଠନ ପରେ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ସଚିନ ପାଇଲଟ୍ ପ୍ରଥମେ ଗୃହ ବିଭାଗ ମାଗିଥିଲେ । କିନ୍ତୁ ତାଙ୍କୁ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗରେ ଖୁସି ହେବାକୁ ପଡ଼ିଥିଲା ।

ବିରୋଧ ପୁରୁଣା

ସରକାରରେ ଥାଇ ସଚିନ ଅନେକଥର ସରକାର ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ବିଶେଷକରି କୋଟା ସରକାରୀ ଚିକିତ୍ସାଳୟରେ ନବଜାତ ମୃତ୍ୟୁକୁ ନେଇ ପାଇଲଟ୍ ଦେଇଥିବା ମନ୍ତବ୍ୟକୁ ନେଇ ଗେହଲଟ ସରକାର ବେଶ୍ ବଦନାମ୍ ହୋଇଥିଲେ ।

Ashok Gehlot (Congress)

ଯୋଧପୁର ଲୋକସଭା ଆସନରୁ ଗେହଲଟଙ୍କ ପୁଅ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ଏଥିପାଇଁ ଗେହଲଟ ସଚିନଙ୍କୁ ଦାୟୀ କରିଥିଲେ । ଏବଂ ତାଙ୍କ ବିରୋଧରେ ଆକ୍ରମଣାତ୍ମକ ଟିପ୍ପଣୀ ଦେଇଥିଲେ । ଏତିକି ନୁହେଁ ସଚିନ ନିଜ ସମର୍ଥକ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ଦେବାକୁ ଚାହୁଁଥିଲେ । ଯାହାକୁ ନେଇ ସଂଗଠନରେ ବହୁବାର ବିବାଦ ଉପୁଜିବା ସହ ଉଭୟ ମୁହାମୁହିଁ ହୋଇଥିଲେ ।

ଅଟଳ ପାଇଲଟ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମତଭେଦ ରଖିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଏବେ ବୁଝାମଣା ନେଇ ରାଜି ନାହାଁନ୍ତି । ଏପରିକି କୌଣସି ସର୍ତ୍ତ ମଧ୍ୟ ରଖିନାହାଁନ୍ତି । ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ସହ ସେ କଥା ହୋଇନଥିବା ସେ ସୂଚନା ଦେଇଛନ୍ତି । ପାଇଲଟ କ୍ୟାମ୍ପର ଦାବି ଅଶୋକ ଗେହଲଟଙ୍କ ପାଖରେ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ଥିବାବେଳେ ଅବଶିଷ୍ଟ ବିଧାୟକ ଆମ ପାଖରେ ଅଛନ୍ତି । ସୋମବାର ଦ୍ୱିପ୍ରହରରେ ଅଶୋକ ଗେହଲଟ ୧୦୦ରୁ ଅଧିକ ବିଧାୟକଙ୍କ ପରେଡ୍ କରିଛନ୍ତି । ସିଏମ୍ ଅଶୋକ ଗେହଲଟଙ୍କ ନିକଟରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି । ୧୦୪ ବିଧାୟକ ଜୟପୁରରେ ଥିବାବେଳେ ୫ ଜଣ ଇସ୍ତଫା ପତ୍ର ଦେଇଛନ୍ତି । ଅନ୍ୟପଟେ ସଚିନଙ୍କ ସପକ୍ଷରେ ଅଛନ୍ତି ପ୍ରାୟ ୧୭ ବିଧାୟକ ।

Leave a Reply