ବିବାହରେ ୨୫୦ ଲୋକଙ୍କୁ ନିମନ୍ତ୍ରଣ କରି ୬ଲକ୍ଷ ଜରିମାନା ଦେଲେ ବରପକ୍ଷ

ରାଜସ୍ଥାନର ଭିଲବାଡ଼ାଠାରେ ଏକ ବିବାହ ସମାରୋହରେ ନିଷେଧାଦେଶ ସତ୍ତ୍ୱେ ସାମିଲ ହୋଇଥିଲେ ୨୫୦ ଲୋକ । ଏବଂ ୨୫୦ ଜଣଙ୍କୁ ଡାକିବା ବର ପାଇଁ ମହଙ୍ଗା ପଡ଼ିଛି । ବରଯାତ୍ରୀ ହୋଇ ଯାଇଥିବା ଏହି ୨୫୦ ଜଣଙ୍କ ଭିତରେ କରୋନା ସଂକ୍ରମଣ ଏତେ ବ୍ୟାପି ଯାଇଥିଲା ଯେ ଏମାନଙ୍କ ମଧ୍ୟରୁ ୧୫ ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି । ଏବଂ ଏହି ୧୫ ସଂକ୍ରମିତ ମଧ୍ୟରେ ବରର ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ବରର ଦାଦା ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

rajasthan-bhilwara-marriage-bride-groom-corona-virus-barat   ୧୫ କରୋନା ପଜିଟିଭ୍ ଆସିବା ପରେ ୧୨୭ଜଣ କ୍ୱାରେଣ୍ଟାଇନରେ

ବର ଏବଂ ତାଙ୍କ ବାପାଙ୍କ ସମେତ ସମସ୍ତ ୧୫ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜସ୍ଥାନ ସରକାର ୧୨୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ବରର ବାପା ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋକମାନଙ୍କୁ କ୍ୱାରେଣ୍ଟାଇନ୍ କରିବା ପାଇଁ ୬ ଲକ୍ଷ ୨୬ ହଜାର ୬୦୦ ଖର୍ଚ୍ଚ ହୋଇଛି ।

ବରର ପିତାଙ୍କଠାରୁ ଖର୍ଚ୍ଚ ଟଙ୍କା ନିଆଯିବ

ଭିଲବାଡ଼ା ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ଭଟ୍ଟ ନୋଟିସ ଜାରି କରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେଡ଼ିକାଲରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କା ୩ ଦିନ ମଧ୍ୟରେ ବରର ପିତାଙ୍କଠାରୁ ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମ୍ମା କରାଯାଉ । ଏଥିସହ ମାଜିଷ୍ଟ୍ରେଟ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ଖର୍ଚ୍ଚ ବରର ପରିବାରରୁ ଜରିମାନା ଭାବେ ଆଦାୟ କରାଯିବ ।

Rajasthan mrrg

୫୦ଜଣ ଲୋକ ବିବାହକୁ ଯାଆନ୍ତି

ମହାମାରୀର ଭୟବହତା ପାଇଁ ରାଜସ୍ଥାନ ସରକାର ବହୁତ ପଦକ୍ଷେପ ନେଇଛନ୍ତି  । ଏବେ ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ବୃଦ୍ଧି ପାଉଥିବାରୁ ବିଭିନ୍ନରାଜ୍ୟର ସରକାର ବହୁ ତତ୍ପର ହୋଇଛନ୍ତି  । ତେଣୁ ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବାହାଘର କାର୍ଯ୍ୟ ପାଇଁ  ସରକାର ୫୦ ଜଣ ସାମିଲ ହେବାକୁ ଆଦେଶଦେଇଛନ୍ତି ।

ସୂଚନା ଅନୁସାରେ ୧୯ଜୁନରେ ସବୁ ନିୟମ ଉଲଘଂନ କରି ବର ପକ୍ଷରୁ ୨୫୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ୨୧ ଜୁନରୁ ସାମିଲ ହୋଇଥିବା ଲୋକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଏମାନଙ୍କ ମଧ୍ୟରୁ ଧିରେ ଧିରେ କରୋନା ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି । ଏହାସହ ଡାକ୍ତର କହିଛନ୍ତି ଯେ, ଏହି ବିବାହରେ ସାମିଲ ହୋଇଥିବା ଲୋକେ ବିଶେଷ କରି ବୃଦ୍ଧମାନେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ।

Leave a Reply