୧୦ ବର୍ଷ ଶିଶୁକୁ ଜାଳିଦେଇ ନିଜେ ଆତ୍ମହତ୍ୟା କଲା ତାନ୍ତ୍ରିକ

ରାଜସ୍ଥାନ: ରାଜସ୍ଥାନର ବାଡମେର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତି ଥରାଇଦେବ ।  ଏଠାରେ ଜଣେ ତାନ୍ତ୍ରିକ ତନ୍ତ୍ର ବିଦ୍ୟା ସାହାଯ୍ୟରେ ଜଣେ ୧୦ ବର୍ଷର ଶିଶୁକୁ ଜାଳିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣାଟି ସୀମାବର୍ତ୍ତୀ ବାଖାସର ଥାନା ଅଞ୍ଚଳର ଅଟେ । ଏହି ଘଟଣା ଭିଆଇଥିବା ବ୍ୟକ୍ତିର ନାମ ଭୀଲ ଏବଂ ସେ ଜଣେ ପାକ ଶରଣାର୍ଥୀ ଥିବା ସୂଚନା ରହିଛି । ଘଟଣା ସଂପର୍କରେ ସୂଚନା ମିଳିବା କ୍ଷଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠିକାର ଦୃଶ୍ୟ ଦେଖି ଖୋଦ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତାନ୍ତ୍ରିକ ଜଣଙ୍କ ନିଜ ଘର ଭିତରେ ଏକ ସମାଧି ପ୍ରସ୍ତୁତ କରିଥିଲା । ଏହା ସହିତ ତାନ୍ତ୍ରିକ ଘରୁ ତନ୍ତ୍ର ବିଦ୍ୟାର ସାମଗ୍ରୀ ଜବତ କରାଯାଇଛି । ମାମଲାର ତଦନ୍ତ ପରେ ଜଣାପଡ଼ିଛି ଯେ ତାନ୍ତ୍ରିକ ଜଣଙ୍କ ପୂର୍ବ ୨ ବର୍ଷ ହେବ ଗାଁରେ ରହୁଥିଲା ।

ୟୁପିରେ ସମାଧି ଭିତରୁ ଗାଏବ ହେଲା ଶିଶୁର ମୃତଦେହ

କିଛି ଦିନ ତଳେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଥିଲା । ସେଠାରେ ସମାଧି ଖୋଳି ଜଣେ ଚାରି ବର୍ଷର ଶିଶୁର ମୃତଦେହ ବାହାର କରାଯାଇଥିଲା । ଏହି ଘଟଣା ମଧ୍ୟ ତନ୍ତ୍ର ମନ୍ତ୍ର ସହ ଯୋଡ଼ିତ ଥିବା ଅନୁମାନ କରାଯାଉଛି । ଶିଶୁଟିର ମୃତ୍ୟୁ କୌଣସି ରୋଗ କାରଣରୁ ହୋଇଥିଲା ।

Leave a Reply