ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ

1 min read

ଆବୁଧାବି : ଆବୁଧାବିରେ ଖେଳାଯାଇଥିବା ଆଇପିଏଲ-୨୦୨୦ ସିଜିନ୍ ର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ପରାସ୍ତ କରିଛି । ଧୋନୀ ବାହିନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ନିର୍ଦ୍ଦାରିତ ୨୦ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା । ଏଥିପାଇଁ ଦଳକୁ ୫ଟି ମୂଲ୍ୟବାନ ଉଇକେଟ୍ ହରାଇବାକୁ ପଡ଼ିଥିଲା । ଚେନ୍ନାଇ ପକ୍ଷରୁ କୁରାନ ୨୨, ଡୁପ୍ଲେସିସି ୧୦, ୱାଟସନ ୮ ଏବଂ ରାୟୁଡୁ ୧୩ ରନ ସଂଗ୍ରହ କରିଥିଲେ । ସେହିପରି ଧୋନୀ ୨୮, ଜାଡେଜା ୩୫ ଏବଂ ଯାଦବ ମାତ୍ର ୪ ରନ୍ ସଂଗ୍ରହ କରିଥିଲେ ।

ରାଜସ୍ଥାନ ପକ୍ଷରୁ ୫ ରନ୍ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆର୍ଚର, ତ୍ୟାଗୀ, ଗୋପାଳ ଏବଂ ତେୱାତିଆ ଗୋଟିଏ ଲେଖାଏ ଉଇକେଟ୍ ନେଇଥିଲେ । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୭.୩ ଓଭରରେ ୩ ଉଇକେଟ୍ ହରାଇ ନିର୍ଦ୍ଦାରିତ ଲକ୍ଷ୍ୟ ହାସଲ କରାଯାଇଥିଲା । ଦଳ ପକ୍ଷରୁ ଷ୍ଟ୍ରୋକ୍ସ ୧୯, ଉଥାପ୍ପା ୪, ସାମସନ୍ ୦, ସ୍ମିଥ ୨୬ ଏବଂ ବଟଲର ୭୦ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଚାହର ୨ ଏବଂ ହାଜେଲଉଡ୍ ଗୋଟିଏ ଉଇକେଟ ନେଇଥିଲେ ।

Leave a Reply