ଦାଦାବଟି ଆଦାୟ ଅଭିଯୋଗରେ ଜେରା ପରେ ଗ୍ୟାଙ୍ଗ୍‌ଷ୍ଟାର ରାଜା ଆଚାର୍ଯ୍ୟକୁ କୋର୍ଟ ଚାଲାଣ

ଭୁବନେଶ୍ୱର: କାଲି ଡିସିସନ୍‌, ଆଜି ଆକ୍ସନ । ଦାଦାବଟି ଆଦାୟ ନେଇ କମିଶନରେଟ୍ ପୋଲିସର ପ୍ରଥମ ଶିକାର ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଭୁବନେଶ୍ୱରରେ ଦାଦାବଟି ମାଗି ପୁଣି ଗିରଫ ହେଲା ରାଜା ଆଚାର୍ଯ୍ୟ । ରାଜା ସହ ତା’ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତାକୁ ଜେରା କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ । ତା ଦୁଇ ସହଯୋଗୀଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି  ।

ସେପଟେ ଓଲଟି ପୋଲିସ ବଟି ମାଗୁଥିବା ରାଜା ଆଚାର୍ଯ୍ୟଙ୍କ ପାଲଟା ଅଭିଯୋଗ ଆଣିଛି । ସେ କହିଛି, ହାଇକୋର୍ଟରୁ ଅନୁମତି ପାଇବା ପରେ ସେ ଦୋକାନ ପକାଇଥିଲେ । ହେଲେ ପୋଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଛି । ସେପଟେ ରାଜା ତାଙ୍କର ରାଗ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଦେଖାଇଛି । ରାଜାଙ୍କୁ କୋର୍ଟ ଚାଲାଣ ବେଳେ ସେ ଉତକ୍ଷିପ୍ତ ହୋଇଯାଇଥିଲା । ଏନେଇ ଏକ ଫାଇଲ୍ ସାମ୍ବାଦିକଙ୍କ ଉପରକୁ ଫିଙ୍ଗିଥିଲା ରାଜା ଆଚାର୍ଯ୍ୟ।

ସୂଚନା ଅନୁଯାୟୀ, ସରକାରୀ ଜାଗାରେ ଘର ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଧମକାଇ ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଦାବି କରୁଥିଲା ରାଜା । ଏହି ଅଭିଯୋଗ ଆଧାରରେ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କେବଳ ଜଣଙ୍କୁ ନାଁ ଅନ୍ୟ କାହାକୁ ଦାଦାବଟି ମାଗୁଥିଲା, ସେନେଇ ତଦନ୍ତ ଚାଲିଛି । ରାଜାର ମୋଟର ସାଇକେଲ ସହ ଶାବଳ ଓ ଦରିକୁ ମଧ୍ୟ ଜବତ କରିଛି ପୋଲିସ ।

କୌଣସି ମତେ ଏଭଳି ଅପରାଧୀକୁ କ୍ଷମା ଦିଆଯିବ ନାହିଁ । ରାଜା ପୋଲିସ ପାଇଁ କେବଳ ଜଣେ ଅପରାଧୀ । ପୂର୍ବରୁ ତାର ଅନେକ ଖରାପ ରେକର୍ଡ ରହିଛି । ପୋଲିସ ପାଇଁ ରାଜା ଭଳି ଅପରାଧୀ ହେଉଛି ଧୂଳିକଣା । ତେଣୁ ସାଧାରଣ ଲୋକ ରାଜା ଭଳି ଅପରାଧୀଙ୍କୁ ନଡରି ବରଂ ସେମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରନ୍ତୁ । ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Leave a Reply