ବର୍ଷାରେ ବେହାଲ ଓଡ଼ିଶା: ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି

1 min read

ବର୍ଷାରେ ବେହାଲ ଓଡ଼ିଶା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷାକୁ ନଜରରେ ରଖି ଗଂଜାମ, ଗଜପତି, କଟକ, ଢେଙ୍କାନାଳ, ପୁରୀ, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଛୁଟି ଘୋଷଣା କରିଛନ୍ତି । ଅନ୍ୟପଟେ ବର୍ଷା ପାଇଁ ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ବିଶାଖାପାଟଣା-ବ୍ରହ୍ମପୁର ଏବଂ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ ମଧ୍ୟ ବାତିଲ ହୋଇଛି । ଆସନ୍ତା 26 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଏଭଳି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ')}

Leave a Reply