ଆଉ ଏକ ଲଘୁଚାପ, ୧୧ ଯାଏଁ ବର୍ଷିବ

1 min read

ବଙ୍ଗୋପସାଗର ସାଗରରେ ପୁଣି ଲଘୁଚାପ । ଆଗାମୀ ୧୧ ତାରିଖ ଯାଏଁ ଭିଜିବ ଓଡିଶା । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଜଗତସିଂହପୁର, ପୁରୀ, ଗଂଜାମ ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରାୟ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ଗଂଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସମ୍ଭାବ୍ୟ ଲଘୁଚାପ ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖ ରୁ ୧୧ ତାରିଖ ଯାଇଁ ୪୦ ରୁ ୫୦ କିମି ବେଗରେ ପବନ ରହିବାର ସମ୍ଭାବନା ରହିଛି ।

Leave a Reply