କ’ଣ ପ୍ରଭାବ ପକାଉଛି ‘ବୁଲବୁଲ’ ?

1 min read

ପାରାଦୀପ: ବାତ୍ୟା ‘ବୁଲବୁଲ’ପ୍ରଭାବରେ ପାରାଦୀପ ସମେତ ଜଗତସିଂହପୁର ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ପାଗ ସମ୍ପୂର୍ଣ୍ଣ ଅନ୍ଧାରୁଆ ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି  । ପବନ ବେଗ ଏତେ ମାତ୍ରାରେ ବଢି ନଥିଲେ ବି ତୁହାକୁ ତୁହା ପବନ ବହିବା ଆରମ୍ଭ ହୋଇଛି । ସକାଳ ୮ଟା ୩୦ସୁଧା ୩୫୦ କିମି ପାରାଦୀପ ଠାରୁ ରହିଛି । ପାରାଦୀପ ଠାରୁ ୧୩୪ କିମି ଦୂରରେ ଗତି କରିବାର ଥିବାରୁ ବର୍ଷା ଓ ପବନ ରହିବ । ଏନେଇ ପ୍ରଶାସନ ପକ୍ଷରୁ ଗତକାଲି ରାତ୍ରିରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଳମ୍ବିତ ରାତ୍ରିରେ ଷଣ୍ଢକୁଦ ବସ୍ତି, ନେହେରୁବଙ୍ଗଳା ପ୍ରଭୃତି ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି ।

ତଳିଆ ଅଞ୍ଚଳର ଲୋକମାନଙ୍କୁ ଯେକୌଣସି ସମୟରେ ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ମହଜୁଦ୍ ରଖାଯାଇଥିବା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ ଓ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାର ଦେଖିବାକୁ ମିଳିଛି। ପାରାଦୀପ ବନ୍ଦର ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବନ୍ଦରରେ ଥିବା ଜାହାଜ ଗୁଡିକୁ ଆଙ୍କରେଜ ଏରିଆ ବାହାରକୁ ପଠାଇ ଦିଆଯାଇଛି। ଆଙ୍କରେଜ ବାହାରେ ୧୫ରୁ ଊର୍ଦ୍ଧ୍ୱ ଜାହାଜ ଲଙ୍ଗର ପକାଇଥିବା ଜଣାଯାଇଛି। ')}

Leave a Reply