ନନ୍ଦିଘୋଷ ଟିଭି ପ୍ରଭାବ: ତ୍ରିରଙ୍ଗାକୁ ଅସମ୍ମାନ ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ

1 min read

ଭୁବନେଶ୍ୱର: ନନ୍ଦିଘୋଷ ଟିଭି ପ୍ରଭାବ। ପୂର୍ବତଟ ରେଳପଥ ମୁଖ୍ୟାଳୟରେ ତ୍ରିରଙ୍ଗାକୁ ଅସମ୍ମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନନ୍ଦିଘୋଷ ଟିଭି ୱେବସାଇଟରେ ଖବର ପ୍ରକାଶ ପରେ ସମ୍ପୃକ୍ତ ରେଲୱେ କନେଷ୍ଟବଳ ଏସ୍. ପଟ୍ଟନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଥିସହ ତାଙ୍କୁ ପୂର୍ବତଟ ରେଳପଥ କାରଣଦର୍ଶାଅ ନୋଟିସ୍ ଜାରି କରିଛି ।

କେଉଁ ପରିସ୍ଥିତିରେ ତ୍ରିରଙ୍ଗା ଓଲଟା ଲାଗିଲା ସେ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି । ଆଗକୁ କଣ କଲେ ଆଉ ଏପରି ହେବ ନାହିଁ ସେ ନେଇ ଏକ  ପ୍ଲାନ୍ ଅଫ୍ ଆକ୍ସନ୍ ଜାରି ହୋଇଛି ।

ଏଥି ସହ ଜାତୀୟ ପତାକା ସଂପର୍କରେ ଜ୍ଞାନ ଥିବା କର୍ମଚାରୀଙ୍କୁ ରେଳ ସଦନରେ ତ୍ରିରଙ୍ଗା ଲଗାଇବା ଓ ଅପସାରଣ କାର୍ଯ୍ୟରେ ନିୟୋଜିତ କରାଯିବାକୁ  ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

https://nandighoshatv.comdisrespect-to-national-flag-at-east-coast-headquarter/

ଶନିବାର ସକାଳେ ପୂର୍ବତଟ ରଳପଥର ବିଲ୍ଡିଂରେ ତ୍ରିରଙ୍ଗା ଓଲଟା ଲଗାଯାଇଥିଲା । ଏହାକୁ ଜଣେ ସଚେତନ ନାଗରିକ ଅନୁପ କୁମାର ସ୍ୱାଇଁ ଠିକ୍ କରିଥିଲେ । ରେଳ ସଦନ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏପରି ଦାୟିତ୍ୱହୀନ କାମକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା ।

  ')}

Leave a Reply