ମାନ୍ଦାବସ୍ଥା ନେଇ ମୋଦିଙ୍କୁ ତାତ୍ସଲ୍ୟ କଲେ ଭାଇଭଉଣୀ

1 min read

ନୂଆଦିଲ୍ଲୀ: ସରକାରରେ ଯିଏବି ଥାଉ ନା କାହିଁକି ବେକାରୀ ସମସ୍ୟା ଦେଶର ପ୍ରମୁଖ ମୁଦ୍ଦା ରହିଆସିଛି । ଏବେ ପୁଣି ଥରେ ବେରୋଜଗାର ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ତାତ୍ସଲ୍ୟ କରି କହିଛନ୍ତି, ଏକ ସମୟରେ ମୋଦି-ମୀନାର କ୍ଷୀପ୍ର ଗତିରେ ଦୌଡ଼ୁଥିଲା, ମାତ୍ର ଏବର ସଙ୍ଗୀନ ସ୍ଥିତିରେ ଏହା ଅଯୋଗ୍ୟ ସ୍ମାରକୀ ଭଳି ଛିଡ଼ାହୋଇଛି ।

ମାସ ଗଡ଼ିବା ସହ ଏ ସ୍ମାରକୀ ବେଳକୁ ବେଳ ଅଯୋଗ୍ୟ ହୋଇ ପଡ଼ୁଛି ବୋଲି ଟ୍ୱିଟ୍ କରିଛନ୍ତି ରାହୁଲ । ନିଜ ଟ୍ୱିଟରେ ବଢୁଥିବା ବେରୋଜଗାର ହାର ଏକ ଚାର୍ଟ ମାଧ୍ୟମରେ ମଧ୍ୟ ଦର୍ଶାଇଛନ୍ତି ରାହୁଲ । ରାହୁଲଙ୍କ କଥାରେ ଏକମତ ହୋଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ।


କେବଳ ବିଦେଶ ଯାଇ ‘ସବ୍‌ ଚଙ୍ଗା ହୈ ‘ କହିଦେଲେ ସୁଧୁରିଯାଏନି ଦେଶର ଦୁରବସ୍ଥା । ଏଥିପାଇଁ ଉଦ୍ୟମ କରିବାକୁ ହୁଏ ବୋଲି ମତ ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆବଶ୍ୟକୀୟ ସାମଗ୍ରୀର ଦର ବଢ଼ିବା ହେଉ କି କର୍ମଚାରୀ ଚାକିରି ହରାଇବା, ଅଥବା ଉଦ୍ୟୋଗପତି କ୍ଷତି ସହିବା, ଏ ସବୁ କଥା ପ୍ରମାଣିତ କରେ ଯେ ଦେଶରେ ଅବସ୍ଥା ଦୁର୍ଭାଗ୍ୟଜନକ ।

ଏଭଳି ସମୟୟରେ ଦେଶର ପ୍ରଧାନମନ୍ତ୍ରୀ ହାତରେ ହାତ ବାନ୍ଧି ବସିବା ନିନ୍ଦନୀୟ ବୋଲି କହିଛନ୍ତି ଭାଣଭଉଣୀ । ')}

Leave a Reply