Demonetisation ‘destroyed’ : ବିମୁଦ୍ରୀକରଣ ଜାଣିଶୁଣି କରାଯାଇଥିବା ଏକ ଅର୍ଥନୈତିକ ଭୁଲ୍ : ରାହୁଲ ଗାନ୍ଧୀ

1 min read

ନୂଆଦିଲ୍ଲୀ: ସାଧାରଣ ଜନତା ହଇରାଣ ହୁଅନ୍ତୁ । ମୋଦି ମିତ୍ର ପୁଞ୍ଜିପତିଙ୍କ ଉନ୍ନତି ହେଉ । ଜନସାଧାରଣଙ୍କ ଅର୍ଥବ୍ୟବସ୍ଥା ଭାଙ୍ଗିଯାଉ । କର୍ପୋରେଟ ପୁଞ୍ଜି ବୃଦ୍ଧି ହେଉ । କେବଳ ଏହି ଲକ୍ଷ୍ୟ ନେଇ ୪ ବର୍ଷ ତଳେ ବିମୁଦ୍ରୀକରଣ କରାଯାଇଥିଲା । ସାଧାରଣ ଲୋକଙ୍କ ପାଖରେ ଟଙ୍କା ନାହିଁ । ହେଲେ ବଡବଡ଼ ପୁଞ୍ଜିପତିଙ୍କ ଋଣ ଛାଡ କରାଯାଉଛି । ତେଣୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଜଣାଶୁଣା ରାଜନୈତିକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ରାହୁଲ ପରି ଅନେକ କଂଗ୍ରେସ ନେତା ଆଜି ଟୁଇଟ୍ କରି ସରକାରଙ୍କ ଏହି ଆର୍ଥିକନୀତିକୁ କଡ଼ା ସମାଲୋଚନା କରିଛନ୍ତି । ଏହି କ୍ରମରେ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭାରେ କଂଗ୍ରେସ ନେତା ନରସିଂହ ମିଶ୍ର ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଖବରଦାତା ସମ୍ମିଳନୀ କରି କେନ୍ଦ୍ରକୁ ସମାଲୋଚନା କରିଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଦେଶରେ ବିମୁଦ୍ରିକରଣକୁ ୪ ବର୍ଷ ହୋଇଗଲା । ୩ ଉଦ୍ଦେଶ୍ୟ ସାଧନ ପାଇଁ ବିମୁଦ୍ରିକରଣ କରାଯାଇଥିବା କୁହାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା କୌଣସି ଗୋଟିଏ ଉଦ୍ଦେଶ୍ୟ ସାଧିତ ହୋଇ ପାରିନାହିଁ ।  ଆତଙ୍କବାଦୀ କାର୍ଯ୍ୟକଳାପ  ଉପରେ ରୋକ ଲାଗିବ,  ବିଦେଶ ତଥା ଦେଶରେ ଥିବା କଳାଧନ ଫେରିବ ଏବଂ ଜାଲିଟଙ୍କାରେ ରୋକ୍ ଲାଗିବ ବୋଲି କୁହାଯାଇଥିଲା । ହେଲେ ଏସବୁ ଆଜି ମିଥ୍ୟା ପ୍ରତିଶ୍ରୁତି ବୋଲି ଜଣାପଡିଥିବା ପଞ୍ଚାନନ କାନୁନଗୋ କହିଛନ୍ତି ।

ସେହିପରି ବିଗତ ୪ ବର୍ଷରେ ଆତଙ୍କବାଦ କାର୍ଯ୍ୟକଳାପ ରୋକ ଯାଇପାରିନାହିଁ । ହେଲେ ବିମୁଦ୍ରୀକରଣ ପରେ ଦେଶରେ 3.2 ପ୍ରତିଶତ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିମୁଦ୍ରୀକରଣ ଘୋଷଣା ହେବାଠାରୁ ଦେଶର ବିଭିନ୍ନ ସ୍ଥାନରେ ଜାଲି ନୋଟ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜବତ କରିଛନ୍ତି । ଜାଲିନୋଟ କାରବାର ରୋକ ଲଗାଯାଇପାରିନାହିଁ । ଦେଶରେ ଅର୍ଥନୀତି  ଏକପ୍ରକାର ଭୁଶୁଡ଼ି ଯାଇଛି । ଦିନକୁ ଦିନ ଏହା ତଳକୁ ତଳ ଯାଉଛି । ଏତେ ତଳକୁ ଯାଇଛି ଯେ ତାହା ସୁଧାରିବାକୁ ବହୁତ କଷ୍ଟ କରିବାକୁ ପଡିବ । 2014-15 ଆର୍ଥିକବର୍ଷରେ ଜିଡିପି 7.2%, 2015-16ରେ 8.2%, 2016-17ରେ 7.4%, 2017-18ରେ 6.12%, 2018-19ରେ 6%, 2019-20ରେ 4.2 ପ୍ରତିଶତ ହୋଇଛି । ଭାରତ ସରକାରଙ୍କ ଷ୍ଟାଟିଟିକ୍ସ କହୁଛି ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି । ବିମୁଦ୍ରୀକରଣ ଯୋଗୁଁ ରାଜ୍ୟରେ 25 ଲକ୍ଷ ଲୋକ ଚାକିରୀ ହରାଇ ବେକାରୀ ହୋଇଥିବା ନରସିଂହ ମିଶ୍ର କହିଛନ୍ତି ।

 

Leave a Reply