ଆସାମରୁ ରାହୁଲଙ୍କ ରଣହୁଙ୍କାର: କହିଲେ, କିଛି ବି ହେଇଯାଉ ସିଏଏ ଲାଗୁ ହେବନାହିଁ

ଆସାମ: ବିଧାନସଭା ନିର୍ବାଚନ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।   ଶିବସାଗର ଜିଲ୍ଲାରେ ଆୟୋଜିତ ନିର୍ବାଚନ ରାଲିରୁ ପ୍ରଚାର ଅଭିଯାନର ଆରମ୍ଭ କରିଛନ୍ତି । ସେ ନିଜ ଅଭିଭାଷଣରେ ଆସାମର ପୂର୍ବତନ  ମୁଖ୍ୟମନ୍ତ୍ରୀ ଦିବଗଂତ ତରୁଣ ଗୋଗୋଇଙ୍କୁ ପ୍ରଶାଂସା କରିଛନ୍ତି । ଜନସଭାକୁ ସମ୍ୱୋଧିତ କରି ସେ କହିଛନ୍ତି ଯେ, ଅବୈଧ ଇମିଗ୍ରେସନ ପ୍ରସଂଗ କିନ୍ତୁ ଆସାମବାସୀ ଏହାର ସମାଧାନ କରିପାରିବେ । ଯଦି ଆସାମର କୌଣସି କ୍ଷତି ହୁଏ ତେବେ ଦେଶର ମଧ୍ୟ କ୍ଷତି ହେବ । ସେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସିଏଏ କେବେ ମଧ୍ୟ ଲାଗୁ ହେବ ନାହିଁ । କଂଗ୍ରେସ ଦୁର୍ବଳ ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଦଳ । ଆମେ ଯେବେ ସରକାରକୁ ଆସିବୁ ଦେଶରେ ଯେଉଁ ବିଦ୍ୱେଶର ସୃଷ୍ଟି କରାଯାଉଛି ତାକୁ ସମାପ୍ତ କରିବୁ । ଆମେ ସବୁ ଧର୍ମ ଓ ଜାତିକୁ ରକ୍ଷା କରିବୁ । ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ଦ୍ରୁତ ଆର୍ଥିକ ବିକାଶ ହୋଇଛି । କୋଟି କୋଟି ଲୋକେ ଗରିବ ସୀମା ରେଖା ଉପରକୁ ଆସିଛନ୍ତି । ଆମେ ଆସାମରେ ବେକାରୀ ସମସ୍ୟାର ମୂଳଉତ୍ପାଟନ କରିବୁ । ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆସାମ ବଞ୍ଚାଅ ଅଭିଯାନର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ କଂଗ୍ରେସ ପାର୍ଟିର ନେତା କର୍ମକର୍ତ୍ତା ରାଜ୍ୟର ସମସ୍ତ ସ୍ୱୟଂସେବକ, ବେସରକାରୀ ସଂଗଠନ, ନାଗରିକ ସମାଜ ନିକଟକୁ ଯାଇ ଆଗାମୀ ନିର୍ବାଚନ ନେଇ ପାର୍ଟିର ଘୋଷଣାପତ୍ର ସମ୍ପର୍କରେ  ସେମାନଙ୍କ ସହିତ ଆଲୋଚନା କରିବେ ।

ଏଥିସହିତ ପଢ଼ନ୍ତୁ: ସପ୍ତାହେ ବିତିଲାଣି ହେଲେ ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ, ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲାଣି

Leave a Reply