ରାହୁଲଙ୍କୁ ଜଣେ ଅପରିପକ୍ୱ ଓ ଦକ୍ଷତା ବିହୀନ ବ୍ୟକ୍ତି କହିଲେ ବାରାକ ଓବାମା

1 min read

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଏକ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ  ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କୁହାଯାଇଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଏହା ସହିତ କଂଗ୍ରେସକୁ ଟାର୍ଗେଟ କରିବାକୁ ବିଜେପିକୁ ଆଉ ଏକ ସୁଯୋଗ ମିଳିଯାଇଛି ।

ଓବାମାଙ୍କ ପୁସ୍ତକ ‘ଏ ପ୍ରମିସିଂ ଲାଣ୍ଡ’ରେ କୁହାଯାଇଛି ଯେ ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଦକ୍ଷତା ବିହୀନ ବ୍ୟକ୍ତି । ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି  କରିବାକୁ ଚାହେଁ, କିନ୍ତୁ ତାଙ୍କର ନିଜ ବିଷୟ (ରାଜନୀତି) ଉପରେ ନା ଦକ୍ଷତା ଅଛି ନା ଦକ୍ଷତା ହାସଲ କରିବାକୁ ଆଗ୍ରହ ଅଛି ।

ରାହୁଲଙ୍କ ମା’ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ଆମକୁ ଚାର୍ଲି କ୍ରିଷ୍ଟ ଓ ରହମ ଇମାନୁଏଲଙ୍କ ପରି ପୁରୁଷମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କରେ କୁହାଯାଏ, କିନ୍ତୁ ନାରୀମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କର କିଛି କୁହାଯାଇନଥାଏ । ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଅପବାଦ ରହିଛି, ଯେପରିକି ସୋନିଆ ଗାନ୍ଧି ।

ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଆମେରିକାର ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ହେଉଛନ୍ତି ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି । ସେହିପରି ପୁଟିନଙ୍କୁ ସେ ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ବୋଲି କହିଛନ୍ତି ।

Leave a Reply