ପୁରୀରେ ବି ମୋ ନାଁରେ ଜମି କିଣିଛି ଓଟିଭି, ରବୀନ୍ଦ୍ରଙ୍କ ବିସ୍ଫୋରକ ବୟାନ

Rabindra Sethi’s Alleged Not Only Sarua Otv Purchased Land In His Name In Puri Also

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ବଡ଼ ବୟାନ । ଓଡ଼ିଶା ଇନଫ୍ରାଟେକ୍ ପାଇଭେଟ୍ ଲିମିଟେଡ୍ କିଭଳି ରବୀନ୍ଦ୍ରଙ୍କ ଅଜାଣତରେ ତାଙ୍କ ନାଁରେ କରିଥିଲା ଜମି କାରବାର । ଏସବୁ ଉପରେ ମୁହଁ ଖୋଲିଛନ୍ତି ସଂସ୍ଥାର ପୂର୍ବତନ କର୍ମଚାରୀ ରବୀନ୍ଦ୍ର ସେଠୀ । କେବଳ ଖୋର୍ଦ୍ଧା ସାରୁଅରେ ନୁହଁ ପୁରୀରେ ମଧ୍ୟ ରବୀନ୍ଦ୍ରଙ୍କୁ ମୋହରା କରି କମ୍ପାନୀ ଜମି କିଣିଛି । ଜଗି ଓ ଜୟ ପଣ୍ଡାଙ୍କ ଓରଟେଲ କମ୍ପାନୀରେ ରବୀନ୍ଦ୍ର ୨୦୦୧ରୁ ଡ୍ରାଇଭର ଭାବେ କାମ କରୁଥିଲେ । ପଣ୍ଡା ପରିବାରର କମ୍ପାନୀ ଗଞ୍ଜାମ ଜିଲ୍ଲାର ରବୀନ୍ଦ୍ରଙ୍କୁ ମୋହରା କରି କିଭଳି କରିଥିଲା ଜମି କାରବାର । ସେସବୁ ବଖାଣିଛନ୍ତି ରବୀନ୍ଦ୍ର ।

Rabindra Sethi’s Alleged Not Only Sarua Otv Purchased Land In His Name In Puri Also

ମାସିକ ୮ ହଜାର ଟଙ୍କାରେ ଓରଟେଲରେ ଡ୍ରାଇଭର ଭାବେ କାମ କରୁଥିଲେ ରବୀନ୍ଦ୍ର । କମ୍ ଦରମା ତଳିଆ କର୍ମଚାରୀ ପୁଣି ଦଳିତ ଶ୍ରେଣୀର । ଏସବୁ ଦେଖି ରବୀନ୍ଦ୍ରଙ୍କୁ ଫାଶରେ ପକାଇଥିଲା ଓରଟେଲ୍ । ହରିଜନ ଦଳିତଙ୍କ ଜମି ତାଙ୍କ ନାମରେ କିଣିବାକୁ କର୍ତ୍ତୃପକ୍ଷ କହିଥିଲେ । ରବୀନ୍ଦ୍ର ମନା କରିବାରୁ ତାଙ୍କୁ ଚାକିରି ଛଡ଼ାଇ ନେବାର ଭୟ ଦେଖାଇଥିଲା ଓରଟେଲ୍ । ରବୀନ୍ଦ୍ରଙ୍କ ଅନିଚ୍ଛା ସତ୍ତ୍ୱେ ଅରଟେଲ୍ କର୍ତ୍ତୃପକ୍ଷ ଡରାଇ, ଧମକାଇ ରବୀନ୍ଦ୍ରଙ୍କ ଦସ୍ତଖତ କାଗଜପତ୍ରରେ କରାଇଥିଲେ । ଏନେଇ ରବୀନ୍ଦ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।

Rabindra Sethi’s Alleged Not Only Sarua Otv Purchased Land In His Name In Puri Also

କେବଳ ଖୋର୍ଦ୍ଧା ସାରୁଅରେ ପୁରୀରେ ବି ରବୀନ୍ଦ୍ର ମୋହରା କରିଛି ଓରଟେଲ୍ । ପୁରୀରେ କିଣିଥିବା ଜମି କାଗଜପତ୍ର ରବୀନ୍ଦ୍ର ନାଁରେ ରହିଛି । କିନ୍ତୁ, କମ୍ପାନୀ କିଭଳି କେମିତି ତାଙ୍କ ନାଁରେ ଜମି କିଣିଲା ସେ କିଛି ଜାଣିନାହାଁନ୍ତି । ଖୋର୍ଦ୍ଧା, ପୁରୀ ଛଡ଼ା କମ୍ପାନୀ ବିଭିନ୍ନ ସ୍ଥାନରେ ରବୀନ୍ଦ୍ରଙ୍କ ନାଁରେ ଜମି କିଣିଛି । ଏସବୁକୁ ନେଇ ରବୀନ୍ଦ୍ର ଭୟଭୀତ ହୋଇ ପଡ଼ିଥିବା କହିଛନ୍ତି । ରବୀନ୍ଦ୍ରଙ୍କ ନାଁରେ କମ୍ପାନୀ କିଣିଥିବା ଜମିକୁ ସେହି ଲୋକଙ୍କୁ ଫେରାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Rabindra Sethi’s Alleged Not Only Sarua Otv Purchased Land In His Name In Puri Also

ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ରବୀନ୍ଦ୍ର ପ୍ରଶ୍ନ କରିଛନ୍ତି । ପଣ୍ଡା ପରିବାର ରାଜ୍ୟରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ଦଳିତ ପରିବାରର ରବୀନ୍ଦ୍ରଙ୍କୁ କାହିଁକି ଜମି କିଣାବିକାରେ ବ୍ୟବହାର କଲେ ? ମୋ ଜରିଆରେ ଗରିବ, ହରିଜନଙ୍କ ଜମି ହଡ଼ପ କରିଛନ୍ତି । ଚଞ୍ଚକତା କରି ଶାଗ ମାଛ ଦରରେ ଗରିବଙ୍କ ଜମି ବେଆଇନ୍ ଭାବେ କିଣାଯାଇଥିବାରୁ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଗିରଫ କରିବାକୁ ରବୀନ୍ଦ୍ର ଦାବି କରିଛନ୍ତି । ଏବେ ସାରୁଅ ଜମି କାରବାରର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।

Leave a Reply