‘ରାମାୟଣ’ର ରାବଣଙ୍କୁ ହେଲା ୮୨ ବର୍ଷ, ରିଟେଲିକାଷ୍ଟ୍ ଦେଖି ହେଲେ ଭାବୁକ

1 min read

ମୁମ୍ବାଇ: ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଦୂରଦର୍ଶନରେ ଲୋକପ୍ରିୟ ୮୦ ଦଶକର ସିରିଏଲ ‘ରାମାୟଣ’ ପୁଣି ଥରେ ପ୍ରସାରିତ ହେଉଛି । ଏହି ସିରିଏଲରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀ ଟିଭିରେ ସିରିଏଲର ପୁନଃପ୍ରସାରଣ ଦେଖି ନିଜର ପୁରୁଣା ସ୍ମୃତିକୁ ତାଜା କରିଥିଲେ ।ଏହି ସମୟ ସେ ବହୁତ ଭାବପ୍ରବଣ ହୋଇପଡ଼ିଛନ୍ତି ।

ଅରବିନ୍ଦ ଏବେ ପରିଣତ ବୟସରେ ।  ତାଙ୍କୁ ବର୍ତ୍ତମାନ ୮୨ବର୍ଷ ବୟସ । ସେ ଅଧିକ ଚଳପ୍ରଚଳ ମଧ୍ୟ କରିପାରୁନାହାଁନ୍ତି, କିନ୍ତୁ ସେ ପୁରା ଏପିସୋଡ୍ ଦେଖିଛନ୍ତି ।

ଟେଲିଭିଜନ ଜଗତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିପାରିଥିବା ସିରିଏଲ ‘ରାମାୟଣ’ ଗତ ଶନିବାର ଠାରୁ ପୁଣିଥରେ ପ୍ରସାରିତ ହେଉଛି । ଯେଉଁମାନେ ଲକଡାଉନ୍ ସମୟରେ ଘରେ ସମୟ ବିତାଉଛନ୍ତି ସେମାନେ ଏହି ସିରିଏଲ ଦେଖିବାର  ସୁଯୋଗ ପାଇପାରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହା ଘୋଷଣା କରିଛନ୍ତି ।

ଟିଭିରେ ସମସ୍ତ ୭୮ଟି ଏପିସୋଡ୍ ଟେଲିକାଷ୍ଟ ହେବ

ରାମାୟଣ ରାମନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବାଲ୍ମିକୀ ରାମାୟଣ ଓ ତୁଲସୀ ଦାସଙ୍କ ରାମଚରିତ ମାନସ ଦ୍ୱାରା ପ୍ରଭାବିତ ଏହି ସରିଜ୍ ଗୋଟିଏ ସମୟରେ ଦେଶ ଓ ବିଦେଶରେ ଲୋକପ୍ରୀୟ ହୋଇ ପାରିଥିଲା । ୧୯୮୭ ମସିହାରେ ରାମାୟଣ ରବିବାର ଦିନ ପ୍ରସାରିତ ହେଉଥିଲା । ଏହି ସମୟରେ ପୁରା ଦେଶରେ ଅଘୋଷିତ ଲକ୍ ଡାଉନ୍ ରହୁଥିଲା । ରାସ୍ତାଘାଟ ଶୁନସାନ ହୋଇ ପଡୁଥିଲା ।  ସମୁଦାୟ ୭୮ଟି ଏପିସୋଡ୍ ସହିତ ଏହି ସିରିଏଲ ପ୍ରଥମେ ଜାନୁଆରୀ ୨୫, ୧୯୮୭ରୁ ଜୁଲାଇ ୩୧, ୧୯୮୮ ପର୍ଯ୍ୟନ୍ତ ଦେଶରେ ପ୍ରସାରିତ ହୋଇଥିଲା । ଏହି ସମୟ ମଧ୍ୟରେ, ପ୍ରତ୍ୟେକ ରବିବାର ସକାଳ ୯.୩୦ ରେ, ସିରିଏଲ ଟିଭିରେ ପ୍ରସାରିତ ହେଉଥିଲା ।

୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ପ୍ରସାରଣ ସମୟରେ, ‘ରାମାୟଣ’ କେବଳ ଦେଶରେ ନୁହେଁ, ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ସିରିଏଲ ପାଲଟିଯାଇଥିଲା । ଜୁନ୍ ୨୦୦୩ ସୁଦ୍ଧା, ଏହା ଲିମକା ବୁକ୍ ଅଫ୍ ରେକର୍ଡରେ ଦୁନିଆର ସର୍ବାଧିକ ଦେଖାଯାଇଥିବା ପୂରାଣ ଭାବରେ ରେକର୍ଡ କରାଯାଇଥିଲା ।

Leave a Reply