ଗଜପତି ଫେରନ୍ତା ୧୪ନୁହେଁ ଏଣିକି ୨୧ ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ…….

ଗଜପତି ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନ ଅବଧି ବଢାଇଛି । ସାରା ରାଜ୍ୟରେ କ୍ୱାରେଣ୍ଚାଇନ୍ ଅବଧି ଏବେ ୧୪ ଦିନ ସ୍ଥିର କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନ ଅବଧି ଏବେ ୨୧ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେ କୌଣସି ପ୍ରବାସୀ ଗଜପତି ଫେରିଲେ ଏଣିକି ୨୧ ଦିନର ବାଧ୍ୟତାମୂଳକ କ୍ୱାରେଣ୍ଚାଇନରେ ରହିବେ । ସେହିଭଳି ୨୧ ଦିନ ପରେ ସଂକ୍ରମଣଜନିତ ଲକ୍ଷଣ ଦେଖା ନଗଲେ ୧ହଜାର ଟଙ୍କା ନେଇ କ୍ୱାରେଣ୍ଚାଇନ ସେଣ୍ଚରରୁ ଘରକୁ ଯିବେ । ତେବେ ଘରକୁ ଯିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନର ଧରି ହୋମ୍ କ୍ୱାରେଣ୍ଚାଇନରେ ରହିବାକୁ ପଡିବ । ହୋମ୍ କ୍ୱାରେଣ୍ଚାଇନ୍ ସରିବା ନେଇ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବା ପରେ ଆଉ ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବ ।

ତେବେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ ଥିବା ବେଳେ ଜଣେ ବ୍ୟକ୍ତି ନେଗେଟିଭ ଆସନ୍ତି ତେବେ ମଧ୍ୟ ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କାମ୍ପ ଛାଡିବାକୁ ଅନୁମତି ମିଳିବ ନାହିଁ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ  ୧୪ ଦିନ କ୍ୟାରେଣ୍ଚାଇନ ପରିୟଡରେ ରଖିବା ପରେ ମଧ୍ୟ କରୋନା ପଜଟିଭ୍ ଚିହ୍ନଟ ହେଉ ନାହିଁ । ୧୪ରୁ ୨୧ ଦିନ ମଧ୍ୟରେ ଅନେକ ରୋଗୀ ପଜିଟିଭ୍ ଚିହ୍ନଟ ହେଲେଣି । ଏଣୁ ଏବେ କ୍ୱାରେଣ୍ଚାଇନ୍ ଅବଧିକୁ ୨୧ ଦିନ ବାଧ୍ୟତାମୂଳକ କରାଯିବା ସହ ୭ଦିନର ହୋମ୍ କ୍ୱାରେଣ୍ଚାଇନଙ୍କୁ ମଧ୍ୟ ସାମିଲ କରାଯାଇଛି ।

Leave a Reply