ଘରୋଇ ହସ୍ପିଟାଲରେ କରାଯିବ କ୍ୱାରେଣ୍ଟାଇନ୍‌ କେନ୍ଦ୍ର

1 min read

ଭୁବନେଶ୍ୱର: କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରେସମିଟ୍‌ କରିଛନ୍ତି । ୧୬୨ଟି ଦେଶକୁ କରୋନା ବ୍ୟାପିଥିବା କହିଛନ୍ତି । ୧ ଲକ୍ଷ ୮୩ ହଜାର ୧୧୬ ଜଣ ଆକ୍ରାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁ ୪ଟି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ହ୍ୟାଣ୍ଡୱାସ୍, ସାମାଜିକ ଦୂରତ୍ୱ, କ୍ୱାରେଣ୍ଟାଇନ୍ ଓ ନାମ ପଞ୍ଜିକରଣକୁ ଗୁରୁତ୍ୱ ଦିଆଯାଇଛି ।

‘ସତର୍କ ହେଲେ ସଂକ୍ରମଣକୁ ରୋକାଯାପାରିବ’ ବୋଲି ସେ କହିଛନ୍ତି । ଗତ ୨୪ ଘଣ୍ଟାରେ ୧୨୩୯ ଜଣ ନାମ ପଞ୍ଜିକରଣ କରାଯାଇଛି । ଏହା ଭିତରୁ ୫୫୪ ଜଣ କଲ ସେଣ୍ଟରରେ ନାମ ପଞ୍ଜିକରଣ କରିଥିବା ସୂଚନା ରହିଛି । ପୁରୀ ଗଜପତି ବିଦେଶରୁ ଫେରିବା ପରେ ପରୀକ୍ଷଣ ପାଇଁ ନାମ ପଞ୍ଜିକରଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଗଚୀ । ବରିଷ୍ଠ ଆଇଏସ ଅଫିସର କିଶନ କୁମାରଙ୍କୁ ନିଶୁଳ୍କ ନଂ-୧୦୪ର ଦାୟିତ୍ୱ ଦିଆଯାଇଛି । ସେପଟେ ସଂକ୍ରମିତ ଯୁବକଙ୍କୁ ନେଇ କୌଣସି ଆଶଙ୍କା ନଥିବା ପ୍ରେସମିଟ୍‌ ଦ୍ଵାରା ସୂଚନା ଦିଆଯାଇଛି ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍

ଆକ୍ରନ୍ତ ଯୁବକ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ଚାଲିଛି । ମୋଟ୍‌ ୩୨ଟି ନମୁନାରୁ ୩୧ଟି ନେଗେଟିଭ୍‌ ଆସିଛି । କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ ଖୋଲାଯିବ ଆଇସୋଲେସନ କେନ୍ଦ୍ର । ଏଥିପାଇଁ ୫ ଲକ୍ଷ ଟଙ୍କାର ମଂଜୁରୀ ମିଳିଥିବା ନେଇ ସୂଚନା ଦିଆଯାଇଛି । ସେପଟେ ବେସରକାରୀ ହସ୍ପିଟାଲରେ କ୍ୱାରେଣ୍ଟାଇନ୍‌ କେନ୍ଦ୍ର କରାଯିବ ।

Leave a Reply