ରଙ୍ଗ୍ ସାଇଡରେ ଗାଡ଼ି ଚଳାଇବା ବନ୍ଦ କରିବାକୁ କମିଶନରେଟ ପୋଲିସର ନୂଆ ପଦକ୍ଷେପ

ଭୁବନେଶ୍ୱର: ଏଣିକି ରଙ୍ଗସାଇଡ ଏଣ୍ଟ୍ରି କଲେ ଲିକ୍ ହେବ ଚକ । କାରଣ ଖୁବଶିଘ୍ର ଟ୍ୱିନସିଟିରେ ଲାଗିବ ସ୍ପାଇକ ବ୍ୟାରିୟର । ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି । ଯେଉଁଠି ରଙ୍ଗ୍ ସାଇଡରେ ବେଶୀ ଲୋକ ଯିବାଆସିବା ସ୍ଥାନରେ ଲଗାଯିବ । ଏପରିକି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ପାଖ,ହସ୍ପିଟାଲ,ସପିଂମଲ,ମାର୍କେଟ ପାଖ ଅଞ୍ଚଳରେ ଏପରି ସ୍ପାଇକ ବାରିୟର ଲଗାଯିବ ।

ତେବେ ଏହି ବ୍ୟାରିୟର ୯୦ ଡିଗ୍ରୀ ଓ ୪୫ ଡିଗ୍ରୀରେ ଏଣ୍ଟ୍ରି କରୁଥିବା ଅଞ୍ଚଳରେ ଏପରି ଲଗାଯିବ ଯାହା ଦ୍ୱାରା ସଠିକ୍ ରୁଟରେ ଯାଉଥିବା ଲୋକ ସ୍ପାଇକ ବାରିୟର ଦେଇ ଏଣ୍ଟ୍ରି କଲେ ଗାଡିର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସାମ୍ନାପଟୁ ରଙ୍ଗରେ ଆସିଲେ ଲାଗିଥିବା କଣ୍ଟାଟି ଚକରେ ଫୁଟିଯିବ । ଯାଦ୍ୱାରା ଚକାଟି ତତକ୍ଷଣାତ ଲିକ୍ ହୋଇଯିବ । ଯାହା ଫଳରେ ରଙ୍ଗ ସାଇଡ୍ ଏଣ୍ଟ୍ରି ପାଇଁ ଲୋକେ ଭୟଭିତ ହେବେ ।

ଏଭଳି ବ୍ୟବସ୍ଥା ହାଇଦ୍ରାବାଦ,ନୋଇଡା,ପୁନେରେ କାର୍ଯ୍ୟକ୍ଷମ ହୋଇଛି ଏବେ ରାଜଧାନୀରେ ଖୁବଶିଘ୍ର ହେବାକୁ ଯାଉଛି । ପ୍ରଥମେ ପରୀକ୍ଷା ମୂଳକ ଭାବେ ରସୁଗଲ ସ୍ଥିତ ଏସପ୍ଲାନେଡ ମଲ ପାଖରେ ଲଗାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ । ତେବେ ଏଠାରେ ବ୍ୟବସ୍ଥାଟି ସଫଳ ହେଲେ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୩୨ଟି ସମ୍ବେଦନଶୀଳ ସ୍ଥାନରେ ଏହି ବ୍ୟାରିୟର ।

Leave a Reply