ପୁରୀରେ ସାଧାରଣ ଦର୍ଶନ ଆରମ୍ଭ

ପୁରୀ: ଆଜିଠୁ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ  ଶ୍ରୀକ୍ଷେତ୍ରବାସୀ । ଏସଓପି ଅନୁଯାୟୀ ୱାର୍ଡ ୱାରୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନା ମୁତାବକ ତିନୋଟି ସିଫ୍ଟରେ ପହୁଡ଼ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ  ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟ ପତ୍ର ଓ ଟୋକନ ଯାଞ୍ଚ କରାଯିବା ପରେ ଫଟୋ ଉଠାଯିବ । ଯାହାପରେ ଭକ୍ତଙ୍କ ପାଇଁ ମୁଖ୍ୟଦ୍ୱାର ନିକଟରେ ସାନିଟାଇଜ୍ ବ୍ୟବସ୍ଥା କରିଛି ପ୍ରଶାସନ।

 

ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୧୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ୭ଟି ୱାର୍ଡର ଲୋକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ୩୧ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ତେବେ ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକନ ଚେକିଂ ବାଧ୍ୟତାମୂଳକ କରାଯାଇଛି ।

Leave a Reply