ପୁରୀ ପୋଲିସ ଜାରି କଲା ୨୪ ଘଣ୍ଟିଆ ହେଲ୍ପଲାଇନ୍, ହ୍ୱାଟ୍ସଆପରେ ବି କରିପାରିବେ ଅଭିଯୋଗ

1 min read
Puri Police Grievance Redressal System for general public

ପୁରୀ: ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ହେଲ୍ପ ଲାଇନ୍ । ସାଧାରଣ ଜନତାଙ୍କ ଲାଗି ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ଖୋଲାଯାଇଛି । ଏହି ହେଲ୍ପ ଲାଇନ୍ ମାଧ୍ୟମରେ ଲୋକେ ଅଭିଯୋଗ କରିପାରିବେ । ସପ୍ତାହକୁ ୭ ଦିନ ୨୪ ଘଣ୍ଟା କାର୍ଯ୍ୟ କରିବ ପୁରୀ ପୋଲିସର ଏହି 5T କଲ୍ ସେଣ୍ଟର । କୌଣସି ଅଭିଯୋଗ ପାଇଁ 7653891930 ନମ୍ବରକୁ କଲ୍ କରିପାରିବେ ଅଥବା ହ୍ୱାଟ୍ସଆପ୍ । କଲ୍ କିମ୍ବା ହ୍ୱାଟ୍ସଆପ କରିଥିବା ଅଭିଯୋଗକାରୀଙ୍କୁ ପୋଲିସ ଯଥାଶୀଘ୍ର ସମ୍ପର୍କ କରିବ । ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ପୋଲିସ ପୁରୀ ଏସପିଙ୍କୁ ଜଣାଇବ ।

Puri Police Grievance Redressal System for general public

ସେହିଭଳି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି । ଏଥିରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହା କାର୍ଯ୍ୟ କରିବ । ଏହା ସବୁଦିନ ଏପରିକି ଛୁଟିଦିନ ବି କାର୍ଯ୍ୟକ୍ଷମ ରହିବ । ଅଫିସ୍ ସମୟ ବାଦ୍ ମଧ୍ୟ 5T କଲ୍ ସେଣ୍ଟର କାର୍ଯ୍ୟ କରିବ । କୌଣସି ଅଭିଯୋଗ ଥିଲେ ନମ୍ବରକୁ ଡାଏଲ୍ କରିପାରିବେ । ଯେ କେହିବି ଅଭିଯୋଗ ପାଇଁ ଏସପି ଅଫିସ୍ ଆସିଲେ ରିସେପସନରେ ପଞ୍ଜିକରଣ କରିବେ । ସମସ୍ତ ଅଭିଯୋଗକୁ ପୁରୀ ଏସପି ବ୍ୟକ୍ତିଗତ ଭାବେ ଦେଖିବେ । ଏସପିଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣିବେ ଅତିରିକ୍ତ ଏସପି । ସମୟାନୁସାରେ ଆଇନତଃ ଭାବେ ଅଭିଯୋଗ ସମାଧାନ କରାଯିବ ।

Puri Police Grievance Redressal System for general public

ଅଭିଯୋଗ ସମାଧାନ ଲାଗି ଡିଏସପି HRPC ନୋଡାଲ ଅଫିସର ରହିବେ । ଜିଲ୍ଲା ପୋଲିସ୍ ଅଫିସ୍ ଅଥବା 5T କଲ୍ ସେଣ୍ଟରକୁ ଆସୁଥିବା ସମସ୍ତ ଅଭିଯୋଗରେ ଡିଏସପି, HRPC ଇନ୍ସପେକ୍ଟର ପ୍ରାଥମିକ ସହାୟତା କରିବେ । ଡିଏସପି HRPC ସମସ୍ତ ଅଭିଯୋଗକୁ ଠିକ୍ ସମୟରେ ଓ ଯୁକ୍ତିଯୁକ୍ତ ଭାବେ ସମାଧାନ କରିବା ନିଶ୍ଚିତ କରିବେ ।

Leave a Reply