ଗଜପତି ମହାରାଜଙ୍କ ପୁସ୍ତକ ଲୋକାର୍ପିତ, କେନିଆ ଜଂଗଲରେ ଫଟୋଗ୍ରାଫି କରିଥିଲେ ୩ ଓଡ଼ିଆ

1 min read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ କଫି ଟେବୁଲ୍ ବୁକ୍ ‘ମେଜେଷ୍ଟିକ ମାରା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । କେନିଆର ଚର୍ଚ୍ଚିତ ମସାଇ ମାରା ଅଭ୍ୟୟାରଣ୍ୟରେ ଚିତ୍ର ଉତ୍ତୋଳିତ ହୋଇଥିବା ଫଟୋକୁ ନେଇ ପୁସ୍ତିକା ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ତିନି ପ୍ରତିଷ୍ଠିତ ଫଟୋ ଗ୍ରାଫର ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂହଦେଓ କେନିଆର ମସାଇ ମାରାରେ ଫଟୋଗ୍ରାଫି କରିଛନ୍ତି । ଏହା ସହ ପୁରୀ ଗଜପତି ଭିଡିଓଗ୍ରାଫି କରିଛନ୍ତି । ପୁସ୍ତକ ଉନ୍ମୋଚନ ଅବସରରେ କେନିଆ ହାଇ କମିଶନର ଓ କେନିଆର ସାଂସଦ ତଥା ଓଡ଼ିଆ ପୁଅ ସ୍ୱରୂପ ମିଶ୍ର ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ଓ୍ୱାଇଲ୍ଡ ଲାଇଫ୍ ଆନିମଲଙ୍କର ଫଟୋଚିତ୍ର ସହ ବିସ୍ତୃତ ବିବରଣୀ ରହିଛି ଏହି ପୁସ୍ତକରେ । ')}

Leave a Reply