ଶ୍ରୀମନ୍ଦିର ସେବାୟତଙ୍କର ହେବ ଅର୍ଥନୈତିକ, ସାମାଜିକ ସ୍ଥିତି ସର୍ବେକ୍ଷଣ

ପୁରୀ: ସେବାୟତଙ୍କ ପରିବାର କଲ୍ୟାଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କ ଅର୍ଥନୈତିକ, ସାମାଜିକ ସ୍ଥିତିର ସର୍ବେକ୍ଷଣ ହେବ । ଏଥିପାଇଁ ୨୫ ଜଣିଆ ଟିମ୍ ଗଠନ କରାଯାଇଛି । ପୁରୀ ସହରର ଶିକ୍ଷକମାନଙ୍କୁ ଏହି ଟିମରେ ସାମିଲ କରାଯାଇଛି । ସେମାନେ ପ୍ରତ୍ୟେକ ସେବାୟତଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ।

୨୫ଶହ ସେବାୟତ ପରିବାରର ତଥ୍ୟ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପାଖାପାଖି ୨ ମାସ ଲାଗିବ । ପ୍ରକୃତ ସ୍ଥିତି ଜଣା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ । ବିଶେଷ କରି ସେବାୟତ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା, ପେନସନ, ଆବାସିକ ଗୃହ ସହ ବିଭିନ୍ନ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ । ଏହାଦ୍ୱାରା ସେବାୟତଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି ।

Leave a Reply